ଆଜି ପଂଚଭୂତରେ ଲୀନ ହେବେ ପ୍ରଣବ ଦା


ନୂଆଦିଲ୍ଲୀ- ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଆଜି ଅନ୍ତିମ ବିଦାୟ ଦିଆଯିବ । ଅପରାହ୍ମ ୨ଟା ୩୦ ମିନଟ ସମୟରେ ଦିଲ୍ଲୀ ଲୋଧି ଶ୍ମଶାନରେ ଅନ୍ତିମ ସଂସ୍କାର କରାଯିବ । ଏବେ ତାଙ୍କ ପାର୍ଥିବ ଶାରୀରକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ରାଜଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ରଖାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷାମନ୍ତ୍ରୀ ରଜନାଥ ସିଂହ ମୁଖାର୍ଜୀଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାଙ୍କ ଶେଷ ଦର୍ଶନ ପାଇଁ ବିଭିନ୍ନ ନେତା ମନ୍ତ୍ରୀଙ୍କ ସୁଅ ଛୁଟିଛି । ଗତକାଲି ମୁଖାର୍ଜୀ ଦିଲ୍ଲୀ ଆର୍ମି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ୮୪ ବର୍ଷୀୟ ମୂଖାର୍ଜୀଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯାଇଥିଲା । ତାଙ୍କର ସୁଫଳ ଅସ୍ତ୍ରୋପଚାର ହୋଇଥିଲା । ଏହା ପରେ ସେ ଫୁସଫୁସ୍ ସଂକ୍ରମଣ କରାରଣରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା । ମୂଖାର୍ଜୀଙ୍କୁ ଭେଣ୍ଟିଲେଟର ଦ୍ୱରା ଚିକିତ୍ସା କରାଯାଇଥିଲା । ଗତକାଳି ସକାଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇଥିଲା ଓ ସଂନ୍ଧ୍ୟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ଏନେଇ ତାଙ୍କ ପୁତ୍ର ଅଭିଜିତ ମୁଖାର୍ଜ୍ଜୀ ଟୁଇଟ କରି ସୂଚନା ଦେଇଥିଲେ । ତାଙ୍କ ମୃତ୍ୟୁକୁ ନେଇ ସମସ୍ତେ ମର୍ମାହନ୍ତ । ପ୍ରଣବ ଦାଙ୍କ ପରଲୋକରେ ଦେଶରେ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘେଷଣା କରାଯାଇଛି ।

Leave A Reply

Your email address will not be published.

eight − four =