ନୂଆଦିଲ୍ଲୀ- ଭାରତର ପୂର୍ବତନ ରାଷ୍ର୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ । ଦିଲ୍ଲୀ ଆର୍ମି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଏନେଇ ତାଙ୍କ ପୁଅ ଅଭିଜିତ୍ ଟୁଇଟ କରି ସୂଚନା ଦେଇଛନ୍ତି । ତାଙ୍କ ବ୍ରେନରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିବା ପରେ ତାଙ୍କୁ ଅଗଷ୍ଟ ୧୦ ତାରିଖରେ ତାଙ୍କୁ ଦିଲ୍ଲୀ ଆର୍ମି ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଥିଲା । ସଫଳ ଅସ୍ତେ୍ରାପଚାର କରାଯାଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ସଙ୍କଟାପନ୍ନ ହୋଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ପ୍ରଣବଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଥିଲେ ।