KGF ନିର୍ଦ୍ଦେଶକଙ୍କ ସହ ହାତ ମିଳାଇଲେ ପ୍ରଭାସ

ଚେନ୍ନାଇ: ସୁପର ହିଟ୍ ଫିଲ୍ମ କେଜିଏଫ୍ ନିର୍ଦ୍ଦେଶକଙ୍କ ସହ ହାତ ମିଳାଇଛନ୍ତି ସାଉଥ ସୁପରଷ୍ଟାର ତଥା ବାହୁବଳୀ ଫେମ୍ ପ୍ରଭାସ । ଏହି ସୁପରଷ୍ଟାରଙ୍କୁ ନେଇ କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏକ ଫିଲ୍ମ ତିଆରି କରୁଛନ୍ତି ।  ତାଙ୍କ ଆଗାମୀ ଫିଲ୍ମ ‘ସଲାର’ରେ ଲିଡ୍ ରୋଲରେ ପ୍ରଭାସ ନଜର ଆସିବେ ବୋଲି ନିର୍ଦ୍ଦେଶକ ଘୋଷଣା କରିଛନ୍ତି । ନିର୍ଦ୍ଦେଶକ ପ୍ରଶାନ୍ତ ନିଲ ସୋଶାଲ ମିଡିଆରେ ‘ସଲାର’ ଫିଲ୍ମର ଫାଷ୍ଟ ଲୁକକୁ  ଜାରି କରିଛନ୍ତି ।  ଏହି ପୋଷ୍ଟରେ ‘ଦ ମୋଷ୍ଟ ଭାଓଲେଣ୍ଟ ମ୍ୟାନ୍…କଲଡ୍ ୱାନ ମ୍ୟାନ୍…ଦ ମୋଷ୍ଟ ଭାଓଲେଣ୍ଟ’ କ୍ୟାପସନ ରହିଛି । ଏହି ପୋଷ୍ଟରେ ପ୍ରଭାସଙ୍କୁ ଏକ ବନ୍ଧୁକ ଧରି ବସିଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମ ଜରିଆରେ ପ୍ରଭାସଙ୍କ ପୁଣି ଥରେ ଦମଦାର ଆକ୍ସନ ଦେଖିବାକୁ ମିଳିବ । ତେବେ ଏଥିରେ ତାଙ୍କ ଅପୋଜିଟ୍ ରେ କିଏ ନାୟିକା ସାଜିବେ ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ । ତେବେ ପୋଷ୍ଟରଟି ସୋଶାଲ ମିଡିଆରେ ରିଲିଜ ହେବା ପରେ ଭାଇରାଲ ହେବା ସହ ଫ୍ୟାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ି ଯାଇଛି । ସୂଚନାଯୋଗ୍ୟ ଯେ, ‘ସଲାର’ ବ୍ୟତୀତ ପ୍ରଭାସ ଖୁବଶୀଘ୍ର ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ତିଆରି ହେବାକୁ ଯାଉଥିବା ଫିଲ୍ମ ‘ଆଦିପୁରୁଷ’ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ସୈଫ ଅଲ୍ଲିଖାନ୍, କ୍ରିତି ସାନନ ପ୍ରମୁଖ ନଜର ଆସିବେ । ପୌରାଣିକ କଥାବସ୍ତୁ ରାମାୟଣ ଉପରେ ଏହି ଫିଲ୍ମ ଆଧାରିତ ହେବ ।

Leave A Reply

Your email address will not be published.

nineteen − 5 =