ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଗୁବଂଶ ପ୍ରସାଦ ସିଂହଙ୍କ ଦେହାନ୍ତ ହୋଇଛି । ରବିବାର ଦିଲ୍ଲୀ ଏମସରେ ତାଙ୍କର ୭୪ ବର୍ଷ ବୟସରେ ଦେହାନ୍ତ ହୋଇଛି । ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଥିବା କାରଣରୁ ତାଙ୍କୁ ଏମସରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କୁ ଭେଂଟିଲେଟରେ ରଖାଯାଇ ଚିକିସôା କରାଯାଉଥିଲା । ତାଙ୍କର ନିଧନରେ ରାଜନୀତି ଜଗତରେ ଶେକର ଛାୟା ଖେଳିଯାଇଛି । ଗତ କିଛି ଦିନ ହେବ ରଘୁବଂଶଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିଲା । ସେ ନିଶ୍ୱାସ ନେବାରେ ସମସ୍ୟା ଅନୁଭବ କରୁଥିଲେ । ଏହାପରେ ଅଗଷ୍ଟ ୪ତାରିଖରୁ ଏମସରେ ଭର୍ତି ହୋଇ ଆଇସିୟୁରେ ଥିଲେ । ଏମସ୍ରେ ୪ଜଣିଆ ଡାକ୍ତରୀ ଦଳ ରଘୁବଂଶଙ୍କୁ ନୀରିକ୍ଷଣ କରୁଥିଲେ । ଗତ ୪ଦିନ ଧରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡିବାରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ସୂଚନାଅନୁସାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ନିକଟତମ ରଘୁବଂଶ ମନମୋହନ ସିଂହଙ୍କ ମନ୍ତ୍ରୀମଣ୍ଡଳରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଥିଲେ । ତେବେ ବିହାର ରାଜନୀତିରେ ରଘୁବଂଶ ବାବୁ ନାମରେ ବେଶ ଜଣାଶୁଣା ଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହ । ସ୍ୱାସ୍ଥ୍ୟବସ୍ଥା ଖରାପ ହେବା କାରଣରୁ ମେଡିକାଲରେ ଭର୍ତି ହେବାପରେ ନିକଟରେ ରଘୁବଂଶ ରାଷ୍ଟ୍ରୀୟ ଜନତା ଦଳରୁ ଇସ୍ତଫା ଦେଇଥିଲେ । ଏକ ସାଧାରଣ କାଗଜରେ ହସ୍ପିଟାଲ ବେଡରୁ ନିଜ ଇସ୍ତଫା ପତ୍ର ଲେଖିଥିଲେ ରଘୁବଂଶ । ଲାଲୁଙ୍କୁ ସମ୍ବୋଧିତ କରି ଲେଖିଥିôବା ଇସ୍ତଫା ପତ୍ର ଲେଖିଥିଲେ ରଘୁବଂଶ । ଲାଲୁଙ୍କୁ ସମ୍ବୋଧିତ କରି ଲେଖିଥିବା ଇସ୍ତଫା ପତ୍ରରେ ସେ ଗତ ୩୨ ବର୍ଷ ଧରି ତାଙ୍କ ଅନୁସରଣ କରୁଥିଲେ କିନ୍ତୁ ଏବେ ସ୍ୱାସ୍ଥ୍ୟ ଖରାପ କାରଣରୁ ଆଉ ସମ୍ଭବ ନୁହେଁ ବୋଲି ଲେଖିଥିଲେ ।

Leave A Reply

Your email address will not be published.

seventeen − 3 =