ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସୁନ୍ଦରଗଡ : ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ । ମଙ୍ଗଳବାର ତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟବହିର୍ଭୂତ ସମ୍ପ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ୪୦ ଜଣିଆ ଟିମ୍ ନାରାୟଣଙ୍କ ଘର ସମେତ ଏକ କାଳୀନ ୬ଟି ସ୍ଥାନରେ ଚଢ଼ଉ କରିଛି । ଚଢ଼ଉ ସମୟରେ ନଗଦ ଦେଢ଼ ଲକ୍ଷରୁ ଅଧିକ ଟଙ୍କା, ବିଭିନ୍ନ ବ୍ୟାକ ପାସବୁକ ଓ ଏଟିଏମ କାର୍ଡ, କିଣାଯାଇଥିବା ସୁନା ଅଳଙ୍କାର ବିଲ ମଧ୍ୟ ଜବତ କରାଯାଇଛି । ଭିଜିଲାନ୍ସ ଟିମ ନାରାୟଣ ପ୍ରଧାନଙ୍କ ସରକାରୀ ବାସଭବନ ସହ ଅିସ, ଦେଓଗଡ଼ କେନ୍ଦୁହାଟରେ ଥିବା ଫାର୍ମ ହାଉସ, ଶଶୁର ଘର ଅନୁଗୋଳ ଟାଉନ , ଦେବଗଡ ଜିଲ୍ଲାରେ ଥିବା ଭାଇ ଘର , ଦେବଗଡ ଜିଲ୍ଲା ରିଆମାଳ ପୈତୃକ ଘରେ ଏକ କାଳୀନ ଚଢ଼ଉ ଜାରି ରଖିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ସହକାରୀ ଯନ୍ତ୍ରୀଙ୍କ ଦେବଗଡର କେନ୍ଦୁଘାଟରେ ୧୬ଏକର ଜମିର ଫାର୍ମହାଉସ ସମ୍ବଲପୁରରେ ୨୫ଲକ୍ଷ ଟଙ୍କା ମୂଲ୍ୟ ଜମି , ଭୁବନେଶ୍ୱର ଜଟଣୀରେ ଜମି ଓ ଦେବଗଡ ବୁରଡ଼ାରେ ଅନେକ ଜମି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.

17 − 3 =