ନୂଆଦିଲ୍ଲୀ : ଦେଶର ୮ଟି ରାଜ୍ୟର ୧୯ଟି ରାଜ୍ୟସଭା ଆସନ ପାଇଁ ମତଦାନ ପରେ ଫଳାଫଳ ଆସିବା ଆରମ୍ଭ ହୋଇଛି । ୱାଇଏସଆର କଂଗ୍ରେସ ଦଳ ଆନ୍ଧ୍ରପ୍ରଦେଶର ସମସ୍ତ ଚାରିଟି ଆସନ ଜିତିଛି । ଏଥି ସହ ମଧ୍ୟପ୍ରଦେଶରେ ବିଜେପି ଦୁଇଟି ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି । ରାଜସ୍ଥାନରେ କଂଗ୍ରେସ ଦୁଇଟି ଆସନ ଏବଂ ବିଜେପି ଗୋଟିଏ ଆସନ ପାଇଛି। କର୍ଣ୍ଣାଟକରେ ୪ଟି ରାଜ୍ୟସଭା ଆସନ ପାଇଁ ୪ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେଗୌଡ଼ା, କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖଡ୍ଗେି, ବିଜେପି ପ୍ରାର୍ଥୀ ଇଆନା କାଡାଦି ଏବଂ ଅଶୋକ ଗସ୍ତି। ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେହିପରି ଅରୁଣାଚଳ ପ୍ରଦେଶର ବିଜେପି ପ୍ରାର୍ଥୀ ନୱାମ ରେବିୟା ରାଜ୍ୟସଭା ପାଇଁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟସଭାର ୧୯ଟି ଆସନ ମଧ୍ୟରୁ ଆନ୍ଧ୍ରପ୍ରଦେଶର ୪ ଗୁଜୁରାଟର ୪, ମଧ୍ୟପ୍ରଦେଶ ଓ ରାଜସ୍ଥାନର ୩ଟି ଲେଖାଏଁ, ଝାଡଖଣ୍ଡରେ ୨ଟି ଏବଂ ମଣିପୁର, ମିଜୋରାମ ଏବଂ ମେଘାଳୟରେ ଗୋଟିଏ ଆସନ ପାଇଁ ମତଦାନ ହୋଇଛି।