ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଘର ଏବଂ ଅଟୋମୋବାଇଲ୍ ଋଣର ସୁଧହାର  ଅପରିବର୍ତ୍ତିତ ରହିଥିବାରୁ ଏହାର ଇଏମଆଇ  ନିକଟ ଭବିଷ୍ୟତରେ ହ୍ରାସ ହେବାର ସମ୍ଭାବନା ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶୁକ୍ରବାର ଏହାର ଦ୍ବି-ମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟକୁ  ଅପରିବର୍ତ୍ତିତ ରଖିଛି।

ଅକ୍ଟୋବର ୯ରେ ଶେଷ ହୋଇଥିବା ଦ୍ୱି-ମାସିକ ମୁଦ୍ରା ନୀତି ହାର ସମୀକ୍ଷା ବୈଠକର ନିଷ୍ପତ୍ତି ଘୋଷଣା କରି ରିଜର୍ଭ ବ୍ୟାଙ୍କ କହିଛି ଯେ ରେପୋ ରେଟ୍ ହାର ୪ ପ୍ରତିଶତ ଓ ରିଭର୍ସ ରେପୋ ହାର ୩.୩୫ ପ୍ରତିଶତରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.

two + 4 =