ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଟ୍ରେନ୍ ଷ୍ଟେସନ୍ ଛାଡ଼ିବାର ପାଞ୍ଚ ମିନିଟ ପୂର୍ବରୁ ମଧ୍ୟ ରିଜର୍ଭେସନ୍ ଟିକେଟ୍ ଉପଲବ୍ଧ ହେବ। କାରଣ ଭାରତୀୟ ରେଳବାଇ କୋଭିଡ୍ ପୂର୍ବ ପରି ପ୍ରସ୍ଥାନ ସମୟର ଅଧ ଘଣ୍ଟା ପୂର୍ବରୁ ଦ୍ୱିତୀୟ ସଂରକ୍ଷଣ ଚାର୍ଟ ପ୍ରସ୍ତୁତ କରିବାର ନିଷ୍ପତ୍ତି ନେଇଛି। କରୋନା ମହାମାରୀ ହେତୁ ନିୟମିତ ଭାବେ ଯାତ୍ରୀବାହୀ ଟ୍ରେନ୍ ସେବା ସ୍ଥଗିତ ରହିଥିଲା। ମାତ୍ର ଭାରତୀୟ ରେଳ ପୁଣି ଥରେ କରୋନା ପୂର୍ବବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଏହା ସହ ସ୍ବତନ୍ତ୍ର ଟ୍ରେନ୍ ମଧ୍ୟ ଚାଲିବ ବୋଲି ସୂଚନା ରହିଛି।