ମୁମ୍ବାଇ: ବେଆଇନ ଡ୍ରଗ୍ସ କାରବାର ମାମଲାରେ ଛନ୍ଦି ହୋଇଥିବା ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ୍ ପ୍ରଦାନ କରାଯାଇଛି। ରିୟାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ। ସେ ବିନା ଅନୁମତିରେ ମୁମ୍ବାଇରୁ ବାହାରକୁ ଯାଇପାରିବେ ନାହିଁ ବୋଲି ସୂଚନା ରହିଛି। ତାଙ୍କ ପାସପୋର୍ଟ ଦାଖଲ କରିବାକୁ ଅଦାଲତ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି। ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ରିୟାଙ୍କୁ ଜାମିନ ପ୍ରଦାନ କରିଛନ୍ତି ଅଦାଲତ। ରିୟାଙ୍କ ଜାମିନ ଆବେଦନକୁ ମଞ୍ଜୁରୀ ମିଳିଥିବା ବେଳେ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ଅଦାଲତ।