ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର

ଭୁବନେଶ୍ୱର- ସେଞ୍ଜୁରୀ ମାରିଲା କରୋନା । ଗୋଟିଏ ଦିନରେ ସର୍ବାଧିକ ୩୦୪ ଆକ୍ରାନ୍ତ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୩୨ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୨୭୨ ସଙ୍ଗରୋଧ କେନ୍ଦ୍ରର ବୋଲି ରାଜ୍ୟ ସୂଚନା ଓ ଲେକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫, ମାଲଗାନାଗିରି ୨, କଟକ ୧୩, ନୟାଗଡ ୩, ଝାରସୁଗୁଡା ୨୫, ଜଗତସିଂହପୁର ୨୯,ବାଲେଶ୍ୱର ୧୭, ଢେଙ୍କାନାଳ ୧, ସୋନପୁର ୪, କନ୍ଧମାଳ ୧୨, ଭଦ୍ରକ ୧୧, ଯାଜପୁର ୨୧, ଗଞ୍ଜାମ ୪୦, ଗଜପତି ୪୭, ପୁରୀ ୩, ସୁନ୍ଦରଗଡ ୧,ସମ୍ବଲପୁର ୨,ବଲାଙ୍ଗୀର ୧, ମୟୂରଭଞ୍ଜ ୬ ଓ କେନ୍ଦ୍ରାପଡାରୁ ୫ ଜଣ ରହିଛନ୍ତି । ବର୍ତମାନ ସୁଦ୍ଧା ୩୫୩୪ ସୁସ୍ଥ ହୋଇଥିବା ବେଲେ ୧୫୦୭ ସକ୍ରିୟ ମାମଲା ରହିଛି । ଏଯାବତ୍ ୧୨ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

nineteen − seven =