ଋଣ ପରିଶୋଧର ସମୟ ସୀମାକୁ ୨ ବର୍ଷ ବୃଦ୍ଧି କଲା ଏସବିଆଇ


ନୂଆଦିଲ୍ଲୀ- ଗ୍ରାହକ ପାଇଁ ଏସିବିଆଇ ଆଣିଛି ବଡ ଆଶ୍ୱାସ୍ତିର ଖବର । ଗ୍ରାହକ ମାନେ ଇଏମଆଇ ପରିଶୋଧ ପାଇଁ ଅତିରିକ୍ତ ୨ ବର୍ଷ ସମୟ ପାଇବେ । ଯଦି ଆପଣ ଋଣ କରିଥିବେ ଏବଂ ୫ ବର୍ଷ ଭିତରେ ଆପଣଙ୍କୁ ସୁଝିବାକୁ ହେବ ତେବେ ଆପଣ ଚାହିଁଲେ ୭ ବର୍ଷରେ ଏହା ସୁଝିପାରିବେ । ମହାମାରୀ କରୋନା ପାଇଁ ଏସବିଆଇ ପକ୍ଷରୁ ଗ୍ରାହକଙ୍କ ପାଇଁ ଏଭଳି ନିଷ୍ପତି ନିଆଯାଇଛି । ଏହି ସେବା ନୋବା ପାଇଁ ହେଲେ ଆପଣଙ୍କୁ ଚାକରି ହରାଇଥିବା କିମ୍ବା ଦରମା କାଟ ହେଉଥିବା ନେଇ ଯଥେଷ୍ଟ ପ୍ରମାଣ ଋଣ କରିଥିବା ବ୍ୟାଙ୍କ ନିକଟରେ ଦାଖଲ କରିବାକୁ ପଡିବ । ଆପଣ ଯୋଗ୍ୟ ବିବେଚିତ ହୋଇଥିଲେ ଆପଣ ଅତିରିକ୍ତ ୨ ବର୍ଷ ସମୟ ପାଇବେ । ବ୍ୟାଙ୍କ ଆପଣଙ୍କ ଠାରୁ ବାର୍ଷିକ ୩୫ ବେସିସ ପଏଂଟ ଅର୍ଥାତ ଶୂନ ଦଶମିକ ୩୫ ପ୍ରତିଶତ ଅତିରିକ୍ତ ସୁଧ ଆଦାୟ କରିବ ।

Leave A Reply

Your email address will not be published.

two × 4 =