ଗୁଜୁରାଟ- ଆସନ୍ତା ୨୧ରେ ଗୁଜୁରାଟରେ ମାଧ୍ୟମିକ ବିଦ୍ୟାଳୟ ଖୋଲି ପରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଘୋଷଣା କରିଛନ୍ତି । ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଓ ଶିକ୍ଷାମନ୍ତ୍ରୀ ଭୁପେନ୍ଦ୍ର ସିଂ ଚୁଦସମା ଙ୍କ ଆଲୋଚନା ପରେ ଏଭଳି ନିଷ୍ପତି ନିଆଯାଇଛି । ରାଜ୍ୟରେ ମାହାମାରୀ କରୋନା ଦ୍ରୁତି ଗତିରେ ବୃଦ୍ଧି ପାଉଥିବାରୁ ଛାତ୍ରଛାତ୍ରୀ ସ୍କୁଲ ନଆସି ଅନଲାଇନରେ ପାଠପଢନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି । ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛ୍ରତ୍ରୀଙ୍କ ଅଭିଭାବକ ଲିଖିତ ସମ୍ମତି ଦେଲେ ସେମାନେ ବିଦ୍ୟାଳୟ ଯାଇପରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ । ସେଥି ପାଇଁ ମଧ୍ୟ କେନ୍ଦ୍ର ପକ୍ଷରୁ ମଧ୍ୟ ଏସଓପି ଜାରି କରାଯାଇଥିଲା । କିନ୍ତୁ କରୋନା ସଂକ୍ରମଣ ହାର ଦ୍ରୁତ ବୃଦ୍ଧି ଯୋଗୁଁ ଗୁଜୁରାଟ ସରକାର ଏଭଳି ନିଷ୍ପତି ନେଇଛନ୍ତି ।