ନୂଆଦିଲ୍ଲୀ- ସେପ୍ଟେମ୍ବର ୨୧ରୁ ଆଂଶିକ ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି । ଅଭିଭାବକଙ୍କ ପରାମର୍ଶ ଓ ଶିକ୍ଷକଙ୍କ ଲିଖିତ ଅନୁମତି ପରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯାଇପାରିବେ । କିନ୍ତୁ କଂଟେନମେଂଟ ଜୋନ ଭିତରେ ସ୍କୁଲ ବ୍ୟତିତ ଅନ୍ୟ ସମସ୍ତ ସ୍କୁଲ ଖୋଲିପାରିବ । ତେବେ ସ୍କୁଲରେ କେଉଁକେଉଁ ଜିନିଷ ପ୍ରତି ଧ୍ୟାନ ଦେବେ ସେଥିପାଇଁ ଏସଓପି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସ୍କୁଲରେ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ, ୫୦ ପ୍ରତିଶତ କର୍ମଚାରୀ ସ୍କୁଲ ଆସିବେ, ପ୍ରର୍ଥନା, କ୍ରୀଡା ଓ ଅନ୍ୟାନ୍ୟ ଏକତ୍ରିତ କାର୍ଯ୍ୟକୁ ବାରଣ କରାଯାଇଛି । ହାତ ସାନିଟାଇଜିଂଙ୍ଗ କରିବା ସହ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ । ଛାତ୍ରଛାତ୍ରୀ ପରସ୍ପରକୁ ଯେପରି ନୋଟବୁକ, ପେନସିଲ, ପେନ, ପାଣି ବୋତଲ ଦିଆନିଆ ନକରନ୍ତି ସେ ପ୍ରତି ଧ୍ୟାନ ଦିଆଯିବ । ପିଲାଙ୍କ ମଧ୍ୟରେ ୬ ଫୁଟ ଦୂରତା ବଜାୟ ରଖିବେ । ଅନଲାଇନ ଶିକ୍ଷାଦାନ ପ୍ରକ୍ରିୟା ଜାରି ରହିବ । ଏହିପରି ବିିଭିନ୍ନ ଏସଓପି ଜାରି କରାଯାଇଛି ।