ଭୁବନେଶ୍ୱର- ଦୀର୍ଘ ୬ ମାସ ଧରି ବନ୍ଦ ରହିଥିବା ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ସେପ୍ଟେମ୍ବର ପହିଲାରୁ ଖୋଲିବା ପାଇଁ ସେବାୟତ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି । କରୋନା କଟକଣା ପାଇଁ ମନ୍ଦିର ଭିତରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ୧ ଲକ୍ଷରୁ ଅଧିକ ସେବାୟତ ଏବେ ବେରୋଜଗାର । ତେଣୁ ଏଭଳି ପରିସ୍ଥିତିରେ ସେବାୟତଙ୍କୁ ମାସଙ୍କୁ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ଯୋଗାଇ ଦେବା ସହ ବାର୍ଦ୍ଧକ୍ୟ ସମୟରେ ଅବସରକାଳୀନ ଭତା, ପରିଚୟପତ୍ର ପ୍ରଦାନ, ସେବାୟତଙ୍କ ଜୀବନ ବୀମା ଓ ସ୍ୱାସ୍ଥ୍ୟ କାର୍ଡର ଅନ୍ତଭୁର୍କ୍ତ କରିବା ଭଳି ୮ ଦଫା ଦାବି କରିଛି ସଂଘ । ତେଣୁ କରୋନା କଟଣାକୁ ମାନି ମନ୍ଦିର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।