ସେପ୍ଟେମ୍ବର ୧୪ରେ ବସିବ ସଂସଦ ମୌସୁମୀ ଅଧିବେଶନ


ନୂଆଦିଲ୍ଲୀ- ସେପ୍ଟେମ୍ବର ୧୪ ବସିବ ସଂସଦ ମୌସୁମୀ ଅଧିବେଶନ । ଏନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି ରାଷ୍ଟ୍ରପତି ରମାନାଥ କୋବିନ୍ଦ କହିବା ଅନୁଯାୟୀ ଏକାଥରେ ରାଜ୍ୟସଭା ଓ ଲୋକସଭା ଅଧିବେଶନ ଅନୁଷ୍ଠିତ ହେବ, ଓ ଏହି ଅଧିବେଶନ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଅଧିବେଶନ ଚାଲିବ । ସାଂସଦମାନଙ୍କୁ ଛୁଟି ଦିଆଯିବନି । କାରଣ ସାଂସଦମାନଙ୍କୁ ଛୁଟି ଦିଆଗଲେ ସେମାନେ ଘରକୁ ଯିବେ । ଫଳରେ କରୋନା ସଂକ୍ରମଣର ଆଶଙ୍କା ରହିଛି ତେଣୁ ସଂକ୍ରମଣକୁ ନଜରରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଅଧିବେଶନ ଆରମ୍ଭରୁ ଓ ଶେଷରେ ଗୃହକୁ ସଂପୂର୍ଣ୍ଣରୂପେ ସାନିଟାଇଜିଂଙ୍ଗ କରାଯିବ ।

Leave A Reply

Your email address will not be published.

twelve − six =