ଆର୍ଥିକ ସ୍ଥିତି ବିଗାଡିଲା କରୋନା

ଭୁବନେଶ୍ୱର- ଦୁଇ ବର୍ଷ ପାଇଁ ରାଜ୍ୟରେ ବାହାରିବନି ସରକାରୀ ନିଯୁକ୍ତି । ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ଅନ୍ୟସ୍ତ ବିଭାଗରେ ନୂଆ ନିଯୁକ୍ତି ନକରିବା ପାଇଁ ସବୁ ବିଭାଗକୁ ଚିଠି ଲେଖିଛନ୍ତି ଅର୍ଥନୀତି ସଚିବ ଅଶୋକ ମିନାର୍ । ଏଥିସହ ସରକାରୀ ଅଧିକାରୀ ଓ ବିଭାଗ ପାଇଁ ଜାରି ହୋଇଛି ଗାଇଡଲାଇନ୍ । ଏହି ଗାଇଡଲାଇନ୍ ଅନୁସାରେ ସରକାରୀ ଗସ୍ତ ଉପରେ ବି କଟକଣା ଲାଗିଛି । ସରକାରୀ ଅଧିକାରୀ ଫାଷ୍ଟ୍କ୍ଲାସ୍ ଏସି ରେ ଗସ୍ତ କରିପାରିବେ ନାହିଁ । ସରକାରୀ ଖର୍ଚ୍ଚରେ ବିଜନେସ୍ କ୍ଲାସ୍ ରେ ମଧ୍ୟ ଗସ୍ତ କରିବା ମନା । ଦେଶ ବାହାରକୁ ସରକାରୀ ଗସ୍ତ ଉପରେ ବି ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଆସନ୍ତା ଦୁଇ ବର୍ଷ ଯାଏ ନୂଆ ଗାଡି ମଧ୍ୟ କୌଣସି ସରକାରୀ ଅଧିକାରୀ କିଣି ପାରିବେ ନାହିଁ । ତେବେ ଆବଶ୍ୟକ ସ୍ଥଳେ ଜରୁରୀ ହେଲେ ନିଷ୍ପତି ନିଆଯାଇପାରେ । ନୂଆ ଯୋଜନା ଉପରେ ମଧ୍ୟ ବଡ ଧରଣର କଟକଣା ଲଗାଇଛି ଅର୍ଥବିଭାଗ । କନସଲଂଟାନ କିମ୍ବା ଅବସର ପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ମିଳିବ ନାହିଁ । କେବଳ ସ୍ୱାସ୍ଥ୍ୟ କରିବାର କଲ୍ୟାଣ ବିଭାଗକୁ ଏହା ବାହାରକୁ ରଖାଯାଇଛି ।ତେବେ ବଡ କଥା ହେଉଛି ବର୍ତମାନ ସମୟରେ ଯେତେବେଳେ କରୋନା ଲଢେଇ ଜାରି ରହିଛି ସେଥିପାଇଁ କଟକଣା ଜାରିକରାଯାଉଛି । ଏଭଳି ସ୍ଥିତିରେ ଲକ୍ଡାଉନ ସଟ୍ଡାଉନ ଭଳି ନିଷ୍ପତି କାରଣରୁ ଆର୍ଥୀକ ଅବସ୍ଥା ମାନ୍ଦା ସ୍ଥିତି ଆଡକୁ ଗତି କରୁଛି । ସେପଟେ କରୋନା ପରିଚାଳନା ମୁକାବିଲା ପାଇଁ ମଧ୍ୟ ଆର୍ଥିକ ଭିତିମୂଭିର ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ ଡାକ୍ତର ଏବଂ ଅଧିକାରୀ ମାନଙ୍କର ସରକାରୀ ଖର୍ଚ୍ଚରେ ସ୍ଥିତି ସୁଧାରିବା ପାଇଁ ବଡ ନିଷ୍ପତି ନେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ନୂଆ ସରକାରୀ ପଦବୀ ତିଆରି କରାଯିବ ନାହିଁ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ନୂଆ ସରକାରୀ ପଦବୀ ଯେବେ ତିଆରି ହେବ ନାହିଁ ପୂର୍ବରୁ ଥିବା ସରକାରୀ ପଦବୀ ଗୁଡିକରେ ନୂଆ ନିଯୁକ୍ତି ଜିବ ନା ନାହିଁ । ତେବେ ନୂଆ ନିଯୁକ୍ତିକୁ ଯଦି ଦୁଇବର୍ଷ ପର୍ଯ୍ୟନ୍ତ ବନ୍ଦ କରାଯାଉଛି ତେବେ ଏହାର ନୂଆ ଏସଓପି କଣ ରହିବ ତାକୁ ଅପେକ୍ଷା କରାଯାଇଛି ।

Leave A Reply

Your email address will not be published.

14 + 1 =