ଏଜିଟି ଫାଇନାଲ୍‌ରେ ଓଡ଼ିଆ ପୁଅ ସୁମନ୍ଥ

ଭୁବନେଶ୍ୱର: ଆମେରିକା ଗଟ୍ ଟ୍ୟାଲେଂଟ (ଏଜିଟି) ରେ କମାଲ କରୁଛନ୍ତି ଓଡ଼ିଆ ପୁଅ ସୁମନ୍ଥ । କୋଲକତାର ନିଜ ଯୋଡ଼ି ସୋନାଲିଙ୍କ ସହ ସୁମନ୍ଥ ସାଲସା ଓ ହିପହପ ନୃତ୍ୟ ସମଗ୍ର ବିଶ୍ୱକୁ ଚକିତ କରିଛି । ଏଜିଟି ଭଳି ଏକ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଏହି ଯୋଡ଼ି କଡା ଟକ୍କର ଦେଇ କ୍ୱାଟର ଓ ସେମିଫାଇନାଳ ପରେ ଫାିନାଲରେ ପ୍ରବେଶ କରିଛି । ଫାଇନାଲରେ ତାଙ୍କ ପ୍ରଦର୍ଶନ ଓ ଏହାକୁ ନେଇ ଆମେରିକା ବାସୀଙ୍କ ଭୋଟିଂ ଉପରେ ସେମାନଙ୍କ ଟ୍ରଫି ଜିତିବା ନିର୍ଭର କରୁଛି । ରାୟଗଡା ଜନ୍ମିତ ସୁମନ୍ଥ ଏବେ ଭୁବନେଶ୍ୱରରେ ନିଜ ପରିବାର ସହ ରହୁଛନ୍ତି । ପୂର୍ବତଟ ରେଳପଥରେ କାର୍ଯ୍ୟରତ ସୁମନ୍ଥଙ୍କ ବାପା ଏମ ଜଗଦିଶ ରାଓ କହିଛନ୍ତି , ପୁଅର ଏହି ସଫଳତା ପଛରେ ତାଙ୍କ ମା’ଙ୍କର ବଡ ଭୂମିକା ରହିଛି । ନିଜ ମା’ଙ୍କ ଠାରୁ ସୁମନ୍ଥ ପ୍ରଥମେ ନୃତ୍ୟ ଶିଖିଥିଲେ ।ସୁମନ୍ଥଙ୍କ ମା’ ଏମ ରାଧାକୁମାରୀ ଜଣେ ସଫଳ ଯୋଗ ପ୍ରଶିକ୍ଷକ ହୋଇଥିବା ବେଳେ ତାଙ୍କର ପ୍ରେରଣାରେ ସୁମନ୍ଥ ଆଜି ଆମେରିକାରେ ଦେଶକୁ ପ୍ରତିନିଧିତ୍ୱ କରିପାରିଛି ।

Leave A Reply

Your email address will not be published.

3 × three =