ବମ୍ବେ- ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଗିରିଫ ହୋଇଥିବା ରିୟା ଚକ୍ର ବର୍ତୀ ଓ ତାଙ୍କ ଭାଇ ସୌଭିକ ଜାମିନ ଆବେଦନର ଶୁଣାଣିକୁ ସ୍ଥଗିତ ରଖିଛନ୍ତି ବମ୍ବେ ହାଇକୋର୍ଟ । ତାଙ୍କୁ ଜାମିନ ଆବେଦନର ଶୁଣାଣି ଆଜି ହେବକୁ ଥିବା ବେଳେ ବମ୍ବେରେ ପ୍ରବଳ ବର୍ଷା ଯୋଗୁଁ ହାଇକୋର୍ଟ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ବୋଲି ସୂଚନା ମିଳିଛି । ଆସନ୍ତାକାଲି ଏହାର ଶୁଣାଣି କରାଯିବ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି ।