ନୂଆଦିଲ୍ଲୀ- କରେନା ମହାମାରୀ ପାଇଁ ଦୀର୍ଘ ୫ ମାସରୁ ଉଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବା ବିଶ୍ୱର ଆକର୍ଷଣ ତାଜମହଲ ଆଜିଠାରୁ ଖୋଲିଛି । ଦୈନିକ ୫ ହଜାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି । ଏହି ସମୟରେ କୋଭିଡ ନିୟମ କଡାକଡା ପାଳନ କରାଯିବ । ପର୍ଯ୍ୟଟକଙ୍କୁ କାଉଂଟରରେ ଟିକଟେ ମିଳିବ ନାହିଁ । ସେମାନଙ୍କୁ ଇଲେକଟ୍ରୋନିକ ଟିକେଟ ଦିଆଯିବ । ତାଜମହଲରେ ପ୍ରବେଶ କରିବା ପୂର୍ବରୁ ଶରୀରର ତାପମାତ୍ରା ମପା ଯାଉଛି । ଗ୍ରୁପ ଫୋଟ ଉଠାଇବା ପାଇଁ ବାରଣ କରାଯାଉଛି । ତାଜମହଲ ବୁଲିବା ସମୟରେ ପର୍ଯ୍ୟଟକ ଯେପରି କାନ୍ଥ, ରେଲିଂ ନ ଛୁଇଁବେ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ । ମାସ୍କ, ସାନିଟାଇଜିଂଙ୍ଗ ଓ ଟିସୁ ପେପର ବ୍ୟବହାର କରିବା ପାଇଁ କଡା ଦୃଷ୍ଟି ଦିଆଯାଉଛି । ସେହିପରି ଆଗ୍ରାଫୋର୍ଟ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲାରହିବ । ସେଠାରେ ଦୈନିକ ୨୫ ଶହ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ଅନୁମତି ମିଳିବ ।