ରାଜ୍ୟ ପାଇଁ କୋଭିସିଲ୍ଡ ଟିକାର ଦାମ କମାଇଲା ସେରମ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: ଗୋଟିଏ ଟିକାର ୩ଟି ଦରକୁ ନେଇ ଲାଗି ରହିଥିବା ବିବାଦ ଭିତରେ କୋଭିସିଲ୍ଡ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍‌ଟିଚ୍ୟୁଟ୍ ରାଜ୍ୟ ସରକାର ମାନଙ୍କ ପାଇଁ ଖୁସି ଖବର ଆଣିଛି । ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସୂଚନା ଦିଆଯାଇଛି କି ରାଜ୍ୟମାନଙ୍କୁ କୋଭିସିଲ୍ଡ ଟିକାର ପ୍ରତ୍ୟେକ ଡୋଜ୍ ୩ଶହ ଟଙ୍କାରେ ଉପଲବ୍ଧ କରାଯିବ । ଏନେଇ ସେରମ ଇନଷ୍ଟିଚ୍ୟୁଟ୍ ସିଇଓ ଅଦାର ପୁନାୱାଲା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ତେବେ ସୂଚନାନୁସାରେ ଏହା ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଦେଶରେ କୋଭିସିଲ୍ଡ ଟିକାର ପ୍ରତିଡୋଜ ପାଇଁ ୩ଟି ଦର ଘୋଷଣା କରାଯାଇଥିଲା । ଏହି ଟିକାର ପ୍ରତିଡୋଜ କେନ୍ଦ୍ର ସରକାରଙ୍କ ପାଇଁ ୧୫୦ ଟଙ୍କା ରଖାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ୪ଶହ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା ।

Leave A Reply

Your email address will not be published.

17 − one =