ନୂଆଦିଲ୍ଲୀ: ମହାମାରୀ କରୋନା ସହ ମୁକାବିଲା କରିବାକୁ ଭାରତରେ ଲୋକମାନଙ୍କୁ କୋଭାକ୍ସିନ୍ ଓ କୋଭିସିଲ୍ଡ ଦୁଇଟି ଟିକା ଦିଆ ଯାଉଛି । ଅଧିକାଂଶ ରାଜ୍ୟରେ ଟିକାର ଅଭାବ ପରିଲକ୍ଷିତ ହେଉଛି, ତେଣୁ ସରକାର ନୂଆ ଦୁଇଟି ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍କୁ ଅଧିକ ଟିକା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ଅକ୍ଟୋବର ସୁଦ୍ଧା ଭାରତୀୟ ମାର୍କେଟରେ ଆଉ ୪ଟି ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂୁଚନା ଦେଇଛନ୍ତି । ଏଥି ସହ ଭାରତ ସରକାର ରୁଷ୍ ନିର୍ମିତ ସ୍ପୁଟ୍ନିକ୍-୫ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଅକ୍ଟୋବର ସୁଦ୍ଧା ଜନ୍ସନ୍ ଆଣ୍ଡ୍ ଜନ୍ସନ୍ , ନୋଭାଭାକ୍ସ (ସେରମ ଇନ୍ଷ୍ଟିଚ୍ୟୁଟ୍), ଜାଇଡସ୍ କାଡିଲା ଓ ଭାରତ ବାୟୋଟେକ୍ର ଇଣ୍ଟ୍ରାନାଜାଲ୍ ଟିକା ଭାରତୀୟ ମାର୍କେଟରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।