ରାଜ୍ୟରେ କରୋନାର ୨ୟ ତରଙ୍ଗ ଅତି ଭୟଙ୍କର ରୂପ ନେଲାଣି : ଆରଏମଆରସି ନିର୍ଦ୍ଦେଶିକା

ଭୁବନେଶ୍ୱର: ରାଜ୍ୟରେ କରୋନାର ୨ୟ ତରଙ୍ଗ ଅତି ଭୟଙ୍କର ରୂପ ନେଲାଣି । ଦୈନିକ ସଂକ୍ରମଣ ୮ହଜାର ଅତିକ୍ରମ କଲାଣି । ତେବେ ଲୋକଙ୍କ ମଧ୍ୟରେ ସଂଯମତା ଏବଂ ସର୍ତକତାରେ ଅବହେଳା ଏହାର ମୁଖ୍ୟ କାରଣ ବୋଲି କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି । କରୋନା ସମ୍ପର୍କରେ ଡା.ପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମହାମରୀର ୨ୟ ତରଙ୍ଗ ସବୁବେଳେ ଅଧିକ ତରବ୍ର ରହିଥାଏ । କୋଭିଡ ନିୟମ ମାନିବାରେ ସଂଯମତା ଏବଂ ସତର୍କତାରେ ଲୋକେ ଢିଲା କଲେ । ଏହିସବୁ କାରଣ ଯୋଗୁ ପ୍ରଥମ ତୁଳନାରେ ୨ୟ ତରଙ୍ଗ ଅଧିକ ଗମ୍ଭୀର ହେଉଛି । ଯଦି କେହି କୌଣସି ଆକ୍ରାନ୍ତଙ୍କ ସଂସ୍‌ପର୍ଶରେ ଆସିଥିବେ ତେବେ ପରୀକ୍ଷା କରାଇ ନିଅନ୍ତୁ । ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇ ନେବା ଜରୁରୀ ଅଟେ । ନଚେତ୍‌, ୪/୫ ଦିନ ମଧ୍ୟରେ ପରୀକ୍ଷା କରାଇବା ଦରକାର । ପରୀକ୍ଷା ରିପୋର୍ଟ ନ ଆସିବା ଯାଏ ନିଜକୁ ଏକାନ୍ତବାସରେ ରଖନ୍ତୁ । ଏକାନ୍ତବାସରେ ରହିବା ସହିତ ମାସ୍କ ପରିଧାନ କରନ୍ତୁ । କରୋନା ଟିକା ନେଇଥିଲେ ବି ଯଦି କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଛନ୍ତି ତା’ହେଲେ ପରୀକ୍ଷା କରାଇ ନିଅନ୍ତୁ ବୋଲି ଡା.ପତି କହିଛନ୍ତି ।

Leave A Reply

Your email address will not be published.

eight + 15 =