ଟାଇଗରଙ୍କ ପ୍ରେମ ସମ୍ପର୍କକୁ ନେଇ ଜ୍ୟାକିଙ୍କ ଖୁଲାସା

ମୁମ୍ବାଇ: ବି-ଟାଉନ୍ ଡ୍ୟାନ୍ସିଂ ଷ୍ଟାର ଟାଇଗର ଶ୍ରୁଫ ଖୁବ୍ କମ୍ ଦିନ ମଧ୍ୟରେ ବାପା ଜ୍ୟାକି ସ୍ରଫଙ୍କ ଭଳି ସେ ନିଜ ଏକ ସୂତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ନିଜ ଅଭିନୟ, ଦମଦାର ଆକ୍ସନ ଏବଂ ଡ୍ୟାନ୍ସ ଜରିଆରେ ଦର୍ଶକଙ୍କୁ ଦିୱାନା କରିଛନ୍ତି ଟାଇଗର । ତେବେ ଏହି ଅଭିନେତା ଜଣଙ୍କ ନିଜ ଆକ୍ଟିଂ ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ଟାଇଗର ଓ ଅଭିନେତ୍ରୀ ଦିଶା ପଟାନୀଙ୍କ ମଧ୍ୟରେ ଦୀର୍ଘ ଦିନହେବ ପ୍ରେମ ସମ୍ପର୍କ ଚାଲିଛି । ଦୁହେଁ ପରସ୍ପରଙ୍କୁ ଡେଟ୍ କରୁଛନ୍ତି । ଉଭୟଙ୍କୁ ଅନେକ ଏକାଠି ବିଭିନ୍ନ ପାର୍ଟିରେ ଦେଖିବାକୁ ମଧ୍ୟ ମିଳେ । ତେବେ ଦୁହେଁ କିନ୍ତୁ ଅଫିସିଆଲି ନିଳ ପ୍ରେସ ସମ୍ପର୍କକୁ ନେଇ ଜାହିର କରିନାହାନ୍ତି । ଏହାରି ଭିତରେ ଜ୍ୟାକି ଶ୍ରଫ ପୁଅ ଟାଇଗରଙ୍କ ଲଭ୍ ଲାଇଫକୁ ନେଇ ବଡ଼ ଖୁଲାସା କରିଛନ୍ତି । ନିକଟରେ ଏକ ସାକ୍ଷାତକାରେ ଜ୍ୟାକି କହିଛନ୍ତି, ପ୍ରଥମେ ୨୫ ବର୍ଷ ବୟସରେ ଟାଇଗର ଡେଟିଂ ଆରମ୍ଭ କରିଥିଲେ । ଦିଶା ଏବଂ ଟାଇଗର ପ୍ରକୃତରେ ଭଲ ବନ୍ଧୁ । ମୁଁ ଜାଣିନି ଦୁହେଁ ତାଙ୍କର ଭବିଷ୍ୟତ ପାଇଁ କ’ଣ ନିଷ୍ପତି ନେଇଛନ୍ତି । ତେବେ ମୁଁ ଗୋଟିଏ କଥା ନିଶ୍ଚିତ ଯେ, ଟାଇଗର ନିଜ କାମ ଉପରେ ଅଧିକ ଧ୍ୟାନ ଦିଅନ୍ତି । ଟାଇଗରଙ୍କ ପାଇଁ ତାଙ୍କ କାମ ହିଁ ବଡ, ତାହା ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ ନିଜ କାମକୁ ନେଇ ବେଶ୍ ସିରିଅସ୍ । ସୂଚନା ମୁତାବକ, ନିକଟରେ ଦିଶା ପଟାନୀ ଟାଇଗର ଶ୍ରଫ ଏବଂ ତାଙ୍କ ଭଉଣୀ କୃଷ୍ଣାଙ୍କ ସହ ନିଜ ଜନ୍ମଦିନ ପାଳନ କରିଥିଲେ । ତାଙ୍କ ଜନ୍ମଦିନ ପାଳନର ଫଟୋକୁ ଦିଶା ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେଆର କରିଥିଲେ ।

Leave A Reply

Your email address will not be published.

one + thirteen =