ନୂଆଦିଲ୍ଲୀ- ଅକ୍ଟୋବର ୧ରୁ ଅନଲକ ୫.୦ ଆରମ୍ଭ ହେବକୁ ଯାଉଛି । ଅନଲାକ -୫ ରେ କଣ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ସେଥିପାଇଁ ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଏଥିରେ କିଛି ନିୟମକୁ କୋହଳ କରିଛନ୍ତି ସରକାର । ମେଟ୍ରୋ ସେବା ଜାରି ରହିବ, ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲା ରହିବ । ସପିଂଙ୍ଗ ମଲ, ସେଲୁନ, ରେଷ୍ଟୁରାଂଟ, ପର୍ଯ୍ୟଟନ ସ୍ଥଳି ଓ ଜିମ ସେଂଟର ଆସି ବିନା କଟକଣାରେ ଖୋଲା ହେବ । ସେହିପରି ବିିଭନ୍ନ ପ୍ରକାରର ଅର୍ଥନୈତିକ କାର୍ଯ୍ୟାକଳାପ ଆଦି ଖୋଲା ରହିବ । କିନ୍ତୁ ସମାଜିକ ଦୂରତା, ଫୋସ ମାକ୍ସ ବାଧ୍ୟତା ମୂଳକ କରାଯାଇଛି । କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ଅଂଚଳରେ ଲକଡାଉନ ବଳବତର ରହିବ । କରୋନାରେ ଅଧିକ ପ୍ରଭାବିତ ହୋଇଥିବା ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ ।