ଗଞ୍ଜାମ- ରବିିବାର ଠାରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଜାରି ରହିବ ଲକଡାଉନ କଟକଣା । ମହାମାରୀ କରୋନା ସଂକ୍ରମିତଙ୍କ ସଂଖ୍ୟା ଗଞ୍ଜାମ ଜିଲ୍ଲାରେ ସର୍ବଧିକ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଏହିି ନିଷ୍ପତି ନେଇଛନ୍ତି । ସକାଳ ୭ରୁ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । ଦିନ ୧୨ଟା ପରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ବସ୍ ,କାର, ଅଟୋ ଚଳାଚଳ ଜୁନ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ । ପୂର୍ବ ଘୋଷଣା ଅନୁଯାୟୀ ଶନିବାର ଓ ରବିବାର ସଟଡାଉନ ରହିବ । ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ ।