ଭୁବନେଶ୍ୱର- ବଢିଲା ବସ ଭଡା । ଅର୍ଡିନାରୀ ବସ୍ ଭଡା କିମି ପିଛା ୭୦ରୁ ୭୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ ଭଡା ୭୩ରୁ ୭୫ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲେକ୍ସ ବସ ଭଡା ୧ଟଙ୍କା ୫ ପଇସାକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ଏସି ଡିଲକ୍ସ ୧ଟଙ୍କା ୨୩ ପଇସା ଥିବା ବେଳେ ୧ଟଙ୍କା ୨୭ ପଇସାକୁ ବୃଦ୍ଧି ପାଇଛି ।