ନୂଆବର୍ଷରୁ କରୋନା ଟିକାକରଣ !

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିନାହିଁ। କିନ୍ତୁ କରୋନାର ଖରାପ ସମୟ ଟଳିଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟୀମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି। ତେବେ ବର୍ତ୍ତମାନ ପ୍ରତିଦିନ ୨୦ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାସ ଅର୍ଥାତ ନୂଆବର୍ଷରୁ କରୋନା ଟିକାକରଣ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବିଶ୍ଵର ଅନ୍ୟ ବିକଶିତ ଦେଶଗୁଡ଼ିକ ତୁଳନାରେ ଆମ ଦେଶରେ କରୋନାର ସୁସ୍ଥ ହାର ସବୁଠୁ ଅଧିକ ରହିଛି ବୋଲି ସେ କହିଛନ୍ତି। ଦେଶରେ ରିକଭରି ରେଟ୍‌ ବା ସୁସ୍ଥ ହାର ୯୫ରୁ ୯୬ ପ୍ରତିଶତ ମଧ୍ୟରେ ରହିଛି। ଆମେରିକା, ରୁଷ ଏବଂ ବ୍ରାଜିଲ ଭଳି ବିକଶିତ ଦେଶରେ ଏହା ୬୦ରୁ ୮୦ ପ୍ରତିଶତ ମଧ୍ୟରେ ଅଛି। ସେହିପରି ଆମ ଦେଶରେ କରୋନା ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଛି।

Leave A Reply

Your email address will not be published.

7 − 7 =