ଆସୁଛି କରୋନା ଟିକା : ସନ୍ଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଖୋଲା

ଭୁବନେଶ୍ୱର; ମଙ୍ଗବାର ଅପରାହ୍ନରେ ଓଡ଼ିଶାରେ ପହଂଚିବ କରୋନା ଭ୍ୟାକ୍ସିନ କୋଭିସିଲ୍ଡ । ଏଥିନିମନ୍ତେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି କହିଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଦୀର୍ଘ ମାସ ଧରି କରୋନାରେ କଲବଲ ହେବା ପରେ ଏହି ଟିକା ଉପରେ ସମ୍ପୂର୍ଣ୍ଣ ରାଜ୍ୟବାସୀଙ୍କ ନଜର ରହିଛି । ହେଲେ ପ୍ରଥମେ ଡାକ୍ତର , ସ୍ୱାସ୍ଥ୍ରକର୍ମୀଙ୍କୁ ଅଗ୍ରାଧିକାର ଭିତିରେ ଟିକା ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଏନେଇ ବିଏମସି କମିଶନର କହିଛନ୍ତି , ଭୁବନେଶ୍ୱରର ୨୧ ହଜାର ଡାକ୍ତର ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀଙ୍କ ଲିଷ୍ଟ ଦିଆଯାଇଛି । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟେ୍ରସନ ଖୋଲା ରହିବ । ଏହା ବ୍ୟତିତ ଯେଉଁ ସ୍ୱାସ୍ଥ୍ୟ କର୍ମ ଏ ପର୍ଯ୍ୟନ୍ତ ରେଜିଷ୍ଟ୍ରସନ କରି ନାହାନ୍ତି ସେମାନଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟେ୍ରସନ କରାଇ ନେବାକୁ କୁଯାଇଛି ରାଜଧାନୀ କ୍ୟାପିଟାଲକୁ ମିଶାଇ ୨୭ ଟି ସରକାରୀ ଓ ୧୮ଟି ଘରୋଇ ମେଡିକାଲରେ ଏହି ଟିକା ସେଂଟର ହେବ । ଏହାପରେ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରର ୫ଟି ସ୍ଥାନ କ୍ୟାପିଟାଲ ହସ୍ପିଟାଲ, ୟୁନିଟ-୪ ସରକାରୀ ହସ୍ପିଟାଲ, ସମ୍ ଓ କିମ୍ସ ହସ୍ପିଟାଲରେ ଭ୍ୟାକ୍ସିନ ଲଂଚ କରାଯିବ ବୋଲି କହିଛନ୍ତି କମିଶନର । ସୂଚନାନୁଯାୟୀ, କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ପ୍ରାପ୍ତ ହେବା ପରେ ଆଜି ଏହା ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପହଂଚିବ । ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଆସିବ ଟିକା । ଏହା ଅପରହ୍ନ ୪ଟା ୨୦ ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବ । ଆଜି ଟିକା ପହଂଚିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୪୦,୮୦୦ ବୋଟଲରେ ୪ଲକ୍ଷ ୮ହଜାର ଡୋଜ ଆସିବ ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି । ତେବେ ସେରମ ପାଖରୁ ସରକାର ୧୧ ମିଲିୟମ (୧୦ ନିୟୁତ) କୋଭିସିଲ୍ଡ ଟିକା କିଣିବେ । ପ୍ରାରମ୍ଭରେ କୋଭିସିଲ୍ଡ ଟିକା ପ୍ରତି ଡୋଜ ପିଛା ୨୦୦ ଟଙ୍କା ହେବା ଜାନୁଆରୀ ୧୬ରୁ ସାରା ଦେଶରେ ଟିକାକରଣ ଆରମ୍ଭ ହେବ । କୋଭିସିଲ୍ଡ ଟିକା ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେଙ୍କା ଦ୍ୱାରା ବିକଶିତ ହୋଇଥିବାବେଳେ ସେରମ୍ ଇନଷ୍ଟିଚୁ୍ୟଟ ଏହାକୁ ଭାରତରେ ପ୍ରସ୍ତୁତ କରିଛି । ଅକ୍ସଫୋର୍ଡ ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡର ଗୋଟିଏ ଡୋଜକୁ ସରକାର ୨୦୦ ଟଙ୍କାରେ କିଣିବେ । ଜଣେ ବ୍ୟକ୍ତିଙ୍କୁ ଟିକାର ଦୁଇଟି ଡୋଜ୍ ଦିଆଯିବ ।ଏହାର ଅର୍ଥ ସରକାର ଜଣଙ୍କ ପିଛା ୪୦୦ ଟଙ୍କା ଖର୍ଚ୍ଚ କରିବେ । ପ୍ରଥମ ଦଫାରେ ପ୍ରାୟ ୩କୋଟି ଲୋକଙ୍କୁ ମାଗଣାରେ ଟିକ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଭାରତ ସରକାର ଆସନ୍ତା ୧୬ ତାରିଖରୁ ଦେଶରେ ଟିକାକରଣ ଆରମ୍ଭ କରିବେ । ପ୍ରଥମେ ଦଫାରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ । ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡିତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ଟିକାକରଣ ବେଳେ ଯେମିତି କିଛି ଅସୁବିଧା ନହେବ , ସେଥିପାଇଁ ଦେଶର ସବୁ ରାଜ୍ୟରେ କରୋନା ଟିକାର ଡ୍ରାଏରନ ମଧ୍ୟ କରାଯାଇଛି ।

Leave A Reply

Your email address will not be published.

eighteen − three =