ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ : ଏଯାଏ ଆରମ୍ଭ ହୋଇନି କରୋନାର କରାଳ କାୟା

ଜେନେଭା : ପ୍ରତି କ୍ଷଣରେ ବଢି ଚାଲିଛି ବିଶ୍ୱ ମହାମାରୀର ଭୟାବହତା । ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ପିଛା ଛାଡ଼ିବ କରୋନା । ଏହି ପରିପ୍ରେଖୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମତ ସମସ୍ତଙ୍କୁ ବିସ୍ମିତ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୂଖ୍ୟ ଟେଡେ଼୍ରାସ ଗେବ୍ରିୟସ ହିଛନ୍ତି ଯେ , ଏହା କହିବାକୁ ମୋତେ ଦୁଃଖ ଲାଗୁଛି କି କରୋନା ଭୂତାଣୁର ସବୁଠାରୁ ଭୟାନକ ସମୟ ଏଯାଏ ଆସି ନାହିଁ । ସେ ଗଣ ମାଧ୍ୟମକୁ କହିଛନ୍ତି ଯେ କୋଭିଡ଼ ମହାମାରୀକୁ ହରାଇବା ପାଇଁ ପ୍ରତେକ ଦେଶଙ୍କୁ ସାଥି ହୋଇ କାମ କରିବା ପାଇଁ ପଡ଼ିବ । ସେ ଆହୁରି ମଧ୍ୟ କହିଛନ୍ତି କିଛି ଦେଶ ନିଜର ଅର୍ଥବ୍ୟବସ୍ଥାକୁ ସଜାଡ଼ୁଛନ୍ତି ଆଉ ଏହି ପ୍ରକ୍ରିୟା ଦ୍ୱାରା ସେହିଠାରେ ପୁନର୍ବାର ଭୂତାଣୁର ପାଦୁର୍ଭାବ ଦେଖିବାକୁ ମିଳିଛି । କିଛି ଦେଶରେ ମହାମାରୀର ପ୍ରଭାବ କମିଯାଇଥିଲେ ମଧ୍ୟ ବୈଷୟିକ ସ୍ତରରେ ଏହାର କାୟା ବହୁ ମାତ୍ରାରେ ବଢି ଯାଇଛି । ପ୍ରଥମେ ପ୍ରତି ଦିନ ପ୍ରାୟ ଏକ ଲକ୍ଷ ସଂକ୍ରମଣ ଚିହ୍ନଟ ହେଉଥିବାବେଳେ ବର୍ତମାନ ପରିପ୍ରେଖୀରେ ପ୍ରତ୍ୟହ ଦେଢ ଲକ୍ଷରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ ହେଉଛି । ଆମେରିକା , ବ୍ରାଜିଲ ରେ ଦିନକୁ ୩୦ ହଜାର ରୁ ଅଧିକ ମାମଲା ଆସୁଥିବାବେଳେ ଭାରତ ରେ ୨୦ ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି ।
ଆମେରିକିୟ ୟୁନିଭରସିଟି ଜନ ହାପକିନସ୍ ଅନୁଯାୟୀ ଏଯାବତ୍ ବିଶ୍ୱରେ ୧କୋଟି ୨ଲକ୍ଷ ସଂକ୍ରମିତ ହୋଇଥିବାବେଳେ ୫ଲକ୍ଷ ମୃତ୍ୟୁ ବରଣ କରିସାରିଛନ୍ତି । କେବଳ ଆମେରିକାରେ ୧ଲକ୍ଷ ମୃତ୍ୟୁ ହୋଇଛି । ବର୍ତମାନ ଆମେରିକା ,ଋଷ ,ବ୍ରାଜିଲ ଏବଂ ଭାରତ ସବୁଠାରୁ ପ୍ରଭାବିତ ଦେଶ ।

Leave A Reply

Your email address will not be published.

two × 1 =