ହେପାଟାଇଟିସ୍ ଏକ ମାରାତ୍ମକ ଭୂତାଣୁ ବା ଭାଇରସ୍ । ୧୯୮୯ରେ ଏହି ଭୂତାଣୁ ଆବିଷ୍କୃତ ହୋଇଥିଲା । ଏହି ଭୂତାଣୁ , ମଣିଷକୁ ଆକ୍ରାନ୍ତ କରିବା ପରେ , ଅନେକ ସମୟରେ ସଙ୍ଗେସଙ୍ଗେ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ଲମ୍ବା ବ୍ୟବଧାନ, ଏପରିକି କୋଡ଼ିଏ-ପଚିଶି ବର୍ଷ ପରେ ଲକ୍ଷଣ ଦେଖାଦେଇପାରେ । ଜଣା ନ ପଡିଲେ , ଯକୃତ୍ ନଷ୍ଟ ହୋଇ , ରୋଗୀର ମୃତୁ୍ୟ ଘଟିଥାଏ । ତେବେ ସାରା ବିଶ୍ୱରେ ବାର୍ଷିକ ପ୍ରାୟ କୋଡ଼ିଏ ଲକ୍ଷ ମଣିଷ ଏହି ଭୂତାଣୁ ଜନିତ ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ଏହାର ଭୟାବହତା ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପ୍ରତି ବର୍ଷ ଜୁଲାଇ ୨୮ ତାରିଖରେ ‘ ବିଶ୍ୱ ହେପାଟାଇଟିସ୍ ଦିବସ’ ପାଳନ କରାଯାଉଛି ।
ସେହିଭଳି ଦେଖିବାକୁ ଗଲେ ୬ପ୍ରକାରର ହେପାଟାଇଟିସ୍ ଚିହ୍ନଟ କରାଯାଇଛି । ସେଗୁଡିକ ହେଲା ..
ହେପାଟାଇଟିସ୍ ଏ, ବି, ସି,ଡି, ଇ ଏବଂ ଜି । ଏଗୁଡିକ ମଧ୍ୟରୁ ହୋଟାଇଟିସ୍ ‘ଏ’ ଅପେକ୍ଷାକୃତ କମ୍ ମାରାତ୍ମକ । ଏହାର ଟିକା ବାହାରିସାରିଛି । ହେପାଟାଇଟିସ୍ ‘ବି’ ସାମାନ୍ୟ ଅଧିକ ମାରାତ୍ମକ ହୋଇଥାଏ । ଏହାର ଟିକା ମଧ୍ୟ ମିଳୁଛି । ସେହିଭଳି ହେପାଟାଇଟିସ୍ ‘ସି’ ସବୁଠାରୁ ଅଧିକ ମାରାତ୍ମକ ହୋଇଥାଏ । ଏହାର ସଫଳ ପ୍ରତିରୋଧକ ଟିକା ଏ ଯାଏ ବାହାରିନାହିଁ । ତେଣୁ , ସାମାନ୍ୟ ସନେ୍ଦହ ହେଲେ ବା ରୋଗର ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ ରକ୍ତ ପରୀକ୍ଷା କରାଇନେବା ଉଚିତ । ଏହି ଭୂତାଣୁ ରକ୍ତ ନେବା ଓ ଦେବା ବେଳେ କେଶ କାଟିବା ବେଳେ, ପାଟିରେ ଅସ୍ତେ୍ରାପଚାର ବେଳେ ଛୁଂଚି ଫୋଡିବା ବେଳେ, କାନରେ କାଠି ପୂରାଇ ସଫା କଲା ବେଳେ ତଥା ଯୌନ-କ୍ରୀଡ଼ା ବେଳେ ଶରୀରକୁ ଯାଇପାରେ । ତେବେ ଏ ବାବଦରେ ସଚେତନ ରହିବା ଆବଶ୍ୟକ ।