ଆଜି ହେଉଛି ବିଶ୍ୱ ମଶା ଦିବସ । ମାଈ ଆନୋଫିଲିନ୍ ମଶା ମାଧ୍ୟମରେ ମଣିଷ ମାଲେରିଆ ଆକ୍ରାନ୍ତ ହେଉଥିବା ୧୮୯୬ ଅଗଷ୍ଟ ୨୦ରେ ସାର୍ ରୋନାଲ୍ଡ ରସ୍ ଆବିଷ୍କାର କରିଥିଲେ । ମଣିଷ ।ଇଁ ବିଶ୍ୱର ସବୁଠାରୁୂ ବିପଜ୍ଜନକ ପ୍ରାଣୀ ହେଲା ମଶା । ସମଗ୍ର ବିଶ୍ୱ ଏମାନଙ୍କର ଚରା-ଭୂଇଁ । ଏସିଆ , ଆଫ୍ରିକା ଏବଂ ଉତର ଆମେରିକାର ମଶା ସବୁଠାରୁ ଭୟଙ୍କର ମୃତୁ୍ୟ- ଦୂତ । ମାଈ ମଶାଙ୍କ ମାଧ୍ୟମରେ ମାଲେରିଆ, ନୀଳ ନଦୀର ଭୂତାଣୁ , ପୀତ ଜ୍ୱର, ଡେଙ୍ଗୁ ଏବଂ ଫାଇଲେରିଆ ଭଳି ଏକାଧିକ ବେମାରି ବ୍ୟାପିଥାଏ । ବିଶ୍ୱରେ ୩୫୦୦ ପ୍ରଜାତିର ମଶା ଦେଖିବାକୁ ମିଳନ୍ତି । ଏଥିରୁ ତିନିଟି ୍ରଗାତିର ମଶା ରୋଗ ବାହକ । ଆନୋଫିଲିକ୍ ମଶା ଦ୍ୱାରା ମାଲେରିଆ , ଫାଇଲେରିଆ ଓ ଏନ୍ସିଫାଲିଟ୍ସ , କୁ୍ୟଲେକ୍ସ ମଶା ଦ୍ୱାରା ଏନ୍ସିଫାଲିଟ୍ସ, ଫାଇଲେରିଆ ଓ ନୀଳ ନଦୀର ଭୂତାଣୁ ଏବଂ ଏଡିସ୍ ମଶାଙ୍କ ଦ୍ୱାରା ପୀତ ଜ୍ୱର , ଚିକୁନ୍ଗୁନିଆ ଓ ଡେଙ୍ଗୁ ବ୍ୟାପୁଥିବା ଜଣାଯାଏ । ଜମା ହୋଇ ରହୁଥିବା ଅପରିଷ୍କାର ପାଣିରେ ମଶା ତାହାର ଡିମ୍ବ ଦେଉଥିବାରୁ ପରିବେଶକୁ ନିର୍ମଳ ରଖିବା ଉପରେ ଆମେ ଧ୍ୟାନ ଦେବା ଆବଶ୍ୟକ । ମଶାଙ୍କୁ ଜନ୍ମ ହେବାକୁ ନ ଦେଲେ , ଆମେ ଅନେକ ପରିମାଣରେ ସମସ୍ୟାମୁକ୍ତ ହୋଇପାରିବା ।