କରୋନା ଲକ୍ଷଣ ନଥିବା ସେବାୟତ ବାହୁଡା ଯାତ୍ରାରେ ସାମିଲ ହୋଇପାରିବେ

ପୁରୀ- ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ କଡା କଟକଣା ପୂର୍ବପରି ଜାରି ରହିବ । ଯେଉଁ ସେବାୟତଙ୍କ କୋଭିଡ୍ ଟେଷ୍ଟପରେ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ବାହୁଡା ଯାତ୍ରାରେ ସାମିଲ କରାଯିବ । ତେଣୁ ସେବାୟତଙ୍କ କୋଭିଡ ପରୀକ୍ଷା ପାଇଁ ଦୁଇ ମେଡିକାଲ କ୍ୟାମ୍ପ ଆଯୋଜନ କରାଯିବ । ସହରର ସମସ୍ତ ଘର ବୁଲି ସ୍ୱାସ୍ଥ୍ୟ ଯାଂଚ କରାଯିବ ।ସେହିପରି ଶ୍ରୀମନ୍ଦିର କର୍ମଚାରୀ, ପୋଲିସ,ମୁନିସପାଲିଟି କର୍ମଚାରୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ପରୀକ୍ଷା କରାଯିବ । ବାହୁଡା ପରେ ତିନି ଠାକୁରଙ୍କ ନିଳାଦ୍ରୀ ବିଜେ ସରିବା ପରେ ଆହୁରି ୧୦ ଦିନ ପର୍ଯ୍ୟନ୍ତ ଏହି ଯାଂଚ ପ୍ରକ୍ରିୟା ଜାରି ରହିବ । ଛତିଶା ନିଯୋଗ ବୈଠକ ପରେ ଉନ୍ନୟନ କିମଶନର ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

five × two =