ରାଜଧାନୀ ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକ୍‌ଡାଉନ୍‌, ଗଡ଼ିବନି ମେଟ୍ରୋ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ସ୍ଥିତିକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ ପୁଣି ବଢ଼ିଲା ଲକ୍‌ଡାଉନ୍‌ । ମୁଖ୍ୟମନ୍ତ୍ରୀ ଅବବିନ୍ଦ କେଜ୍ରିଓ୍ବାଲ୍‌ ଏହାକୁ ଆଉ ସପ୍ତାହେ ଯାଏ ବଢ଼ାଇଛନ୍ତି । ଯାହାକି ମେ’17 ତାରିଖ ସକାଳ 5ଟା ଯାଏ ଦିଲ୍ଲୀରେ ଲକ୍‌ଡାଉନ୍‌ ଜାରି ରହିବ । ଏଥିସହ ମେଟ୍ରୋ

ଭାରତ ମହାସାଗରରେ ପଡ଼ିଲା ଚୀନ୍‌ର ବେକାବୁ ରକେଟ୍‌

ମହାକାଶରୁ ଖସିବା ପରେ ମହାସାଗରରେ ପଡ଼ିଲା ଚୀନ୍‌ ପକ୍ଷରୁ ଛଡ଼ାଯାଇଥିବା ରକେଟ୍‌ ଲଙ୍ଗମାର୍ଚ୍ଚ-5ବି। ଏନେଇ ସମ୍ବାଦ ସରବରାହ ସଂସ୍ଥା ରଏଟର ପକ୍ଷରୁ ସୂଚନା ମିଳିଛି ।ଚୀନ୍‌ର ଏହି ସବୁଠୁ ବଡ଼ ରକେଟଟି ମହାସାଗରରେ ପଡ଼ିବା ପୂର୍ବରୁ ଅଧୀକାଂଶ ଭାଗ ଜଳିଯାଇଥିଲା । ମହାକାଶରୁ ଖସିବା ସମୟରେ

ପଥର ଖାଦନରେ ବିସ୍ଫୋରଣ : ୧୦ ମୃତ

ଆନ୍ଦ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ କଡପା ଜିଲ୍ଲା କଲାସପାଡୁ ମଣ୍ଡଳର ଏକ ପଥର ଖାଦନରେ ଆଜି ବିସ୍ଫୋରଣ ଘଟି ୧୦ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ପଥର ଫଟାଇବା ଲାଗି ବିସ୍ଫୋରକକୁ ବ୍ୟବହାର କରାଯାଉଥିବା ସମୟରେ ତାହା ବିସ୍ଫୋରଣ ଘଟିଥିଲା । ସୂଚନା ଅନୁସାରେ, କଡପା ଜିଲ୍ଲାର ଏକ ଗ୍ରାନାଇଟ୍ ପଥର

ଡିଆରଡିଓର ୨-ଡିଜି କରୋନା ଔଷଧକୁ ଅନୁମତି

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ପ୍ରସ୍ତୁତ କରିଥିବା ଔଷଧ ୨-ଡିଅକ୍ସି-ଡି-ଗ୍ଲୁକୋଜ (୨-ଡିଜି)ର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ଆଜି ଅନୁମତି ପ୍ରଦାନ କରିଛନ୍ତି । ଏହାର କ୍ଲିନିକାଲ ପରୀକ୍ଷଣ ସଫଳତାର ସହ ଶେଷ ହେବା

ତାମିଲନାଡୁରେ ୨ସପ୍ତାହ ଲକ୍‌ଡାଉନ୍

ଚେନ୍ନାଇ: କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟି ରଖି ତାମିଲନାଡୁ ସରକାର ମେ ୧୦ ତାରିଖରୁ ଦୁଇ ସପ୍ତାହ ନିମନ୍ତେ ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ରାଜ୍ୟରେ ଗତକାଲି ରେକର୍ଡସଂଖ୍ୟକ ୨୬୦୦ ନୂତନ ସଂକ୍ରମଣ ଚିହ୍ନଟ ହେବାର ଦିନକ ପରେ ସରକାର ‘ଲକ୍‌ଡାଉନ୍‌’

ରାଜ୍ୟରେ ଆଖି ବୁଜିଲେ ୨୧

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ୧୪ଟି ଜିଲ୍ଳାରୁ ଆସିଛି ଏହି ମୃତ୍ୟୁ ଖବର । ମୃତକଙ୍କ ମଧ୍ୟରେ ୭ଜଣ ମହିଳା ଅଛନ୍ତି । ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି ପାଇଛି । ଏହି ୨୧ ମୃତକଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାରୁ

ଦିନକରେ ଗଲା ୪୧୮୭ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ଆଜି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଆଜି ଦିନକରେ ଦେଶରେ ୪୧୮୭ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ମହାମାରୀ ବ୍ୟାପିବା ଦିନରୁ ଚଳିତ ସପ୍ତାହରେ ୪ଥର ଦୈନିକ ସଂକ୍ରମଣ ସଂଖ୍ୟା ୪ଲକ୍ଷ ଟପିଥିବା ବେଳେ ଆଜି ୪,୦୧,୦୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ୍ ଯୋଦ୍ଧା ସାମ୍ବାଦିକଙ୍କୁ ଟିକା

ଖୋର୍ଦ୍ଧା: କୋଭିଡ୍ ଯୋଦ୍ଧାରେ ସାମିଲ ହୋଇଥିବା ସାମ୍ବାଦିକଙ୍କ ଲାଗି ଖୋର୍ଦ୍ଧାରେ ଶୁକ୍ରବାର ଦିନ ଟିକାକରଣ କରାଯାଇଛି । ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ଟିକାଦାନ କେନ୍ଦ୍ର ନିକଟରେ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠରେ ଏଥିଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଜିଲ୍ଲାର

ଲକଡ଼ାଉନରେ ଓମଫେଡ୍‌ର କ୍ଷୀର ନେବା ବନ୍ଦ

ଭୁବନେଶ୍ୱର: ବୁଧବାରଠାରୁ ଆରମ୍ଭ ହୋଇଥିବା ଲକଡ଼ାଉନ ଦୁଗ୍ଧ ଚାଷୀଙ୍କ ପାଇଁ ପୁଣିଥରେ ଦୁର୍ଦ୍ଦଶା ନେଇଆସିଛି । ଗତବର୍ଷ ଲକଡ଼ାଉନ, ସଟଡ଼ାଉନ ସମୟରେ ଓମଫେଡ଼ ସମେତ ବିଭିନ୍ନ ଦୁଗ୍ଧ ସଂଗ୍ରହକାରୀ କମ୍ପାନୀମାନେ ମାସମାସ ଧରି କ୍ଷୀର ସଂଗ୍ରହ କଲେ ନାହିଁ । ଚାଷୀ ବାଧ୍ୟ ହୋଇ କ୍ଷୀରକୁ ରାସ୍ତାରେ

ଗୋଟିଏ ରାତିରେ ୨୩ ଛେଳି ଚୋରି

ନିଆଳୀ- : ନିଆଳୀ ଥାନା ଅନ୍ତର୍ଗତ ଏକବେରୁଆଁ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୨୩ଟି ଛେଳି ଚୋରୀ ହୋଇଛି । ଦୀର୍ଘ ଦିନଧରି ନିଆଳୀ ଥାନା ଅଞ୍ଚଳରେ ଛେଳି ଓ ମେଣ୍ଢା ଚୋରୀ ହେଉଥିବାବେଳେ ଲକଡାଉନ ସମୟରେ ଗୋଟିଏ ରାତିରେ ଗତକାଲି ଉକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୨୩ଟି ଛେଳି ଚୋରୀ ହୋଇଛି ।