ଆଇପିଏଲ : ୨ଜଣ ଖେଳାଳୀ କରୋନା ପଜିଟିଭ୍ ,ଆଜି ହେବାକୁ ଥିବା ମ୍ୟାଚ୍ ବାତିଲ

ଆଇପିଏଲ ଉପରେ କରୋନା ମାଡ । ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲାକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବାତିଲ୍ କରାଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, କୋଲକାତା ନାଇଟ୍ ରାଇଡର୍ସର ଦୁଇଜଣ ଖେଳାଳୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଏପ୍ରିଲରେ ସତ୍କାର ହୋଇଛି ୨୫୦୦ ମୃତଦେହ

ମଧ୍ୟପ୍ରଦେଶ : କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ମୃତ୍ୟୁ ସଂଖ୍ୟା ବି ବଢ଼ିଚାଲିଛି। କିନ୍ତୁ ରାଜ୍ୟ ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି। କେବଳ ଭୋପାଳର ଗତ ଏପ୍ରିଲ ମାସର ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ମାସକ ମଧ୍ୟରେ

ହିନ୍ଦି ଚଳଚ୍ଚିତ୍ରକୁ ଆଜି ୧୦୮ ବର୍ଷ ପୂରଣ

ନୂଆଦିଲ୍ଲୀ : ହିନ୍ଦି ଚଳଚ୍ଚିତ୍ରକୁ ଆଜି ୧୦୮ ବର୍ଷ ପୂରଣ ହୋଇଛି। ୧୯୧୩ ମସିହାର ଆଜିର ଦିନର ପ୍ରଥମ ଭାରତୀୟ ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ର ରିଲିଜ ହୋଇଥିଲା। ସେବେ ଠାରୁ ନେଇ ଆଜି ପର୍ଯ୍ୟନ୍ତ ସିନେମା ଜଗତର ବହୁ କିଛି ପରିବର୍ତ୍ତନ ଘଟିଛି। ଦାଦା ସାହେବ ଫାଲକେ ଲଣ୍ଡନରୁ ଫେରିବା ପରେ

କରୋନା ମୁକାବିଲା ପାଇଁ ସେନାର ସହାୟତା ଲୋଡିଲା ଦିଲ୍ଲୀ

ନୂଆଦିଲ୍ଲୀ : ଦୈନିକ ନୂତନ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବୃଦ୍ଧି କାରଣରୁ ୧୦,୦୦୦ ଅକ୍ସିଜେନ୍‌ ସୁବିଧା ଥିବା ଅଣ-ଆଇସିୟୁ ଏବଂ ୧୦୦୦ ଆଇସିୟୁ ଶଯ୍ୟାବିଶିଷ୍ଟ କେତେକ କୋଭିଡ୍‌-୧୯ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ସହ ସେଗୁଡ଼ିର ଚାଳନା ଓ ପରିଚାଳନା କରିବା ନିମନ୍ତେ ଦିଲ୍ଲୀ ସରକାର ସେନାର

ପଶ୍ଚିମ ବଙ୍ଗରେ ପୁଣି ଥରେ ବାଜି ମାରିଲା ଟିଏମ୍‌ସି

କୋଲକାତା: ପଶ୍ଚିମବଙ୍ଗରେ ଟିଏମସି ପୁଣିଥରେ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହେବାକୁ ଯାଉଛି। ବିଜେପି ୨୦୦ରୁ ଅଧିକ ଆସନରେ ବିଜୟୀ ହୋଇ ଜିତିବ ବୋଲି ଯେଉଁ ଆକଳନ କରୁଥିଲା ତାହା ଏକ ପ୍ରକାର ଫେଲ୍ ମାରିଛି। ହେଲେ ରାଜ୍ୟରେ ବିଜେପି ଏକ ଶକ୍ତିଶାଳୀ ଦଳ ଭାବରେ ଉଭା ହୋଇଛି। ୨୦୧୬ରେ ମାତ୍ର

ଶନିବାର ଅଫିସ୍ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସମସ୍ତ ସରକାରୀ ଅଫିସ୍ ଶନିବାର ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହାସହିତ ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ କର୍ମଚାରୀମାନଙ୍କୁ ତତ୍କାଳ ପ୍ରଭାବରୁ ଅଫିସ୍ ନଆସିବା ପାଇଁ ପରାମର୍ଶ

ପଶ୍ଚିମବଙ୍ଗରେ ଦିଦିଙ୍କ ହ୍ୟାଟ୍ରିକ୍

ନୂଆଦିଲ୍ଳୀ: ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମ୍ସି) କ୍ରମାଗତ ୩ୟ ଥର ପାଇଁ ବାଜିମାତ୍ କରିଛି । ଫଳରେ ବିଜେପିର ଆଶା ଧୂଳିସାତ ହୋଇଯାଇଛି । ଚୂଡାନ୍ତ ନିର୍ବାଚନ ଫଳାଫଳ ଘୋଷିତ ହୋଇନଥିଲେ

ପିପିଲି ଉପନିର୍ବାଚନ ସ୍ଥଗିତ ରଖିବାକୁ ମାମଲା

କଟକ: କରୋନା ସଂକ୍ରମଣ ସ୍ଥ୍ତିରେ ପିପିଲି ଉପନିର୍ବାଚନ ଏବେ ସ୍ଥଗିତ ରଖିବାକୁ ଉଚ୍ଚନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ସମାଜସେବୀ ନାରାୟଣ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରେଲୋକ ପରେ ଉପନିର୍ବାଚନ

୩୩ ହଜାର ସ୍କୁଲରେ ମୋ ସ୍କୁଲ ପ୍ରକଳ୍ପ

ଭୁବନେଶ୍ୱର : ମୋ ସ୍କୁଲ ଅଭିଯାନର ୨୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଶୁକ୍ରବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାିଛି । କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ମାସ ଭର୍ଚୁଆଲ୍ ମୋଡ୍ରେ

ଦୁଇ ସ୍ୱତନ୍ତ୍ର ଟ୍ରେନର ସେବା ବୃଦ୍ଧି

ଭୁବନେଶ୍ୱର: ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା ଦୁଇଟି ବିଶେଷ ଟ୍ରେନ ଭାସ୍କୋ-ଡ଼ା-ଗାମା-ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ ଏବଂ ହାଇଦ୍ରାବାଦ-ହାଓଡ଼ା-ହାଇଦ୍ରାବାଦ ସ୍ପେଶାଲ୍ ର ସେବା ବୃଦ୍ଧି କରିବାପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତି ନେଇଛି । ହାଓଡ଼ା ଠାରୁ ପ୍ରତି ସୋମ,