ବଡଗାଁ ଲକ୍ଡାଉନ୍

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଡଗାଁ ପଞ୍ଚାୟତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଓ ଗତ ଦୁଇ ଦିନରେ ୨ଜଣ ସଂକ୍ରମିତଙ୍କ ମୃତ୍ୟୁ ପରେ ପଞ୍ଚାୟତରୁ ୩ଦିନ ପାଇଁ ଲକ୍ଡାଉନ୍ ଘୋଶଣା କରିଛନ୍ତି । ଆସନ୍ତା ୧୫ ରୁ ୧୭ ତାରିଖ ଯାଏଁ ସମସ୍ତ ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ସହ

ସ୍ଥିତି ଅସମ୍ଭାଳ

ଦିନକରେ ୧ଲକ୍ଷ ୮୪ହଜାର ପଜିଟିଭ୍ ନୂଆଦିଲ୍ଲୀ: ଦେଶରେ ୧ଲକ୍ଷ ୮୪ ହଜାର ୩୭୨ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ୧,୦୨୭ ଜଣଙ୍କ ମୃତ୍ୟୁ ଘଟିଛି । ଗତ ପ୍ରାୟ ୬ ମାସ ପରେ ପ୍ରଥମ ଥର ପାଇଁ ଆଜି ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ଡେଇଁଛି ।

ରାଜ୍ୟରେ ୨ହଜାର ଟପିଲା ସଂକ୍ରମଣ : ୩ ମୃତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର ଆଜି ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୨ହଜାର ଅତିକ୍ରମ କରିଛି । ରାଜ୍ୟରେ ଆଜି ଦିନକରେ ୨୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୧୪ ଜଣ କ୍ୱାରେଂଟାଇନ୍ରେ ଥିବା ବେଳେ ଅନ୍ୟ ୯୫୩ ଜଣ ସ୍ଥାନିୟ

ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ

ଭୁବନେଶ୍ୱର: ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ସେ ଗତ ୧୦ ତାରିଖ ଠାରୁ ଆପୋଲ ହସ୍ପିଟାଲହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଆଜି ଅପରାହ୍ନରେ ତାଙ୍କର ପରଲୋକ ହୋଇଯାଇଥିବା

ୟୁଜର୍ସ ଫି ପ୍ରତ୍ୟାହାର ଦାବିରେ ସିପିଏମ୍ ପକ୍ଷରୁ ପୌର ପରିଷଦ କାର୍ଯ୍ୟାଳୟ ଘେରାଉ

ଜଳେଶ୍ୱର : ଜଳେଶ୍ୱର ପୈାର ପରିଷଦ ପକ୍ଷରୁ ୟୁଜର୍ସ ଫି ଭଳି ଜିଜିଆ କରକୁ ତୀବ୍ର ବିରୋଧ କରିଛି ସିପିଏମ୍ ଆଂଚଳିକ କମିଟି । ତୁରନ୍ତ ଏହି ୟୁଜର୍ସ ଫିକୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରି ସିପିଏମ୍ ପକ୍ଷରୁ ମଙ୍ଗଳବାର ଦିନ ଜଳେଶ୍ୱର ପୈାର ପରିଷଦ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା ।

ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ସୁନ୍ଦରଗଡ : ସୁନ୍ଦରଗଡ଼ରେ କୋଭିଡ ସଂକ୍ରମଣ ଉଦବେଗଜନକ ଭାବେ ବଢ଼ିଚାଲିଛି । ସ୍କୁଲରେ ପ୍ରଥମରୁ ନ୍ୱମ ଯାଏ ଅଫଲାଇନ୍ ପାଠ ପଢା ବନ୍ଦ ରହିଛି । କରୋନା ସଂକ୍ରମଣକୁ ରୋକିବାକୁ ସୋମବାର ଜିଲ୍ଲାପାଳ ସମସ୍ତ ସରକାରୀ ଅଫିସରେ ସାଧାରଣ ଲୋକଙ୍କ ପ୍େର୍ୱଶକୁ ବାରଣ କରିଛନ୍ତି । ଏସ୍ୱୁ ଭିତରେ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ପଜିଟିଭ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ସଂକ୍ରମିତ ବୋଲି ବୁଧବାର ଜଣାପଡିଛି। ମୁଖ୍ୟମନ୍ତ୍ରୀ ନିଜେ ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ଲକ୍ଷଣ ଦେଖିବା ମାତ୍ରେ କୋଭିଡ ପରୀକ୍ଷା କରାଇଥିଲେ। ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ

୨୦୨୨ ସୁଦ୍ଧା ଚନ୍ଦ୍ରକୁ ରୋଭର ପଠାଇବେ ଜାପାନ ଓ ୟୁଏଇ

ଦୁବାଇ: ମହାକାଶ ଅଭିଯାନରେ ଏବେ ସାମିଲ ହୋଇଛି ସଂଯୁକ୍ତ ଆରବ ଏମିରେଟ୍‍ସ (ୟୁଏଇ)। ମଙ୍ଗଳକୁ ମହାକାଶ ଯାନ ପଠାଇବା ପରେ ୨୦୨୨ ସୁଦ୍ଧା ଚନ୍ଦ୍ରକୁ ରୋଭର ପଠାଇବା ପାଇଁ ଜାପାନ ସହିତ ଏକ ରାଜିନାମା କରିଛି ୟୁଏଇ। ଜାପାନର ମହାକାଶ କମ୍ପାନୀ ଆଇସ୍ପେଶ କହିଛି, ୟୁଏଇ ପକ୍ଷରୁ ଚନ୍ଦ୍ର ଅଭିଯାନ

ପ୍ରେମ ବ୍ୟାପାରକୁ ନେଇ ସାଙ୍ଗ ଉପରେ ଜେସିବି ଚଢ଼ାଇ ଦେଲେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ରେଗଡ଼ା ଗାଁର ଜଣେ ଯୁବକ ନିଖୋଜ ହେବା ଓ ପରେ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ଘଟଣାର ପର୍ଦ୍ଦାଫାଶ ହୋଇଛି। ନିଖୋଜ ଯୁବକକୁ ଜେସିବି ଚଢ଼ାଇ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ପୋତି ଦିଆଯାଇଥିଲା ଓ ପରେ ତାଙ୍କୁ ପୋଡ଼ି ଦିଆଯାଇଥିଲା।

ସରକାରୀ ହସ୍ପିଟାଲ୍‌ରୁ ୩୨୦ କୋଭାକ୍ସିନ୍ ଚୋରି

ଜୟପୁର: ମହାମାରୀ କରୋନା ପ୍ରକୋପ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ, ଦେଶରେ ଟିକାର ଅଭାବ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏପରିସ୍ଥିତି ମଧ୍ୟରେ ରାଜସ୍ଥାନ ଜୟପୁରରୁ ଏକ ନିନ୍ଦନିୟ ଘଟଣା ସାମ୍ନାକୁ ଆସିଛି, ଯାହାକି ଏକ ସରକାରୀ ହସ୍ପିଟାଲ୍‌ରୁ ୩୨୦ଟି କୋଭାକ୍ସିନ୍ ଡୋଜ୍ ଚୋରି ହୋଇଛି । ଏନେଇ