ଋଷ୍ ଓ ଆର୍ଜେଣ୍ଟିନାରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଋଷ୍ ଓ ଆର୍ଜେଣ୍ଟିନା‌ରେ ମଙ୍ଗଳବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଓ ୬.୩ ଥିବା ରେକର୍ଡ କରାଯାଇଛି । ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।

ଜଳିଗଲା ମୋବାଇଲ୍ ଦୋକାନ,୩୦ ଲକ୍ଷର ସାମଗ୍ରୀ ପୋଡ଼ି ପାଉଁଶ

ଝାରସୁଗୁଡ଼ା :ଝାରସୁଗୁଡ଼ା ବିଟିଏମ୍ ବକ୍ସି ଛକରେ ଥିବା ଗୋଟିଏ ମୋବାଇଲ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି  ୩୦ ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ୍ ଓ ଇଲେ୍ରୋନିକ୍ସ ସାମଗ୍ରୀ ଜଳି ଯାଇଛି। ଦୁଇଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ମହାପାତ୍ର…

ପ୍ରଥମ ଭାରତୀୟ ଭାବେ ‘BATA’ର ସିଇଓ ହେଲେ ସନ୍ଦୀପ କାଟାରିଆ

ମୁମ୍ବାଇ: ଅନ୍ତର୍ଜାତୀୟ ଜୋତା କମ୍ପାନୀ ‘ବାଟା’ ସନ୍ଦୀପ କାଟାରିଆଙ୍କୁ ତା’ର ଗ୍ଲୋବାଲ୍ ସିଇଓ ଭାବେ ନିଯୁକ୍ତ ଦେଇଛି। ଏଥିସହ ୧୨୬ ବର୍ଷର ଇତିହାସରେ ପ୍ରଥମଥର କୌଣସି ଭାରତୀୟଙ୍କୁ ଗ୍ଲୋବାଲ୍ ଅପରେସନର ଦାୟିତ୍ୱ ପ୍ରଦାନ କରାଯାଇଛି। ୪୯ ବର୍ଷୀୟ ସନ୍ଦୀପ ଏବେ ଆଲେକ୍ସିସ୍ ନାସାର୍ଡଙ୍କ ସ୍ଥାନ…

ଆଇଇଡି ବିସ୍ଫୋରଣରେ ଯାତ୍ରୀବାହୀ ଯାନ ଧ୍ବସ୍ତ

ବିଜାପୁର: ଛତିଶଗଡ଼ର ମାଓବାଦୀ ପ୍ରଭାବିତ ବିଜାପୁର ଜିଲାରେ ମଙ୍ଗଳବାର ଏକ ଆଇଇଡି ବିସ୍ଫୋରଣ ଘଟିଛି। ଏହାର ଶିକାର ହୋଇଛି ଏକ ଯାତ୍ରୀବାହୀ ଯାନ। ବିସ୍ଫୋରଣରେ ଯାନଟି ଛିନ୍ନଛତ୍ର ହୋଇଯାଇଥିବାବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି। ବିଜାପୁର ଜିଲା ରାଜପେଣ୍ଟା ଗାଁ ନିକଟରେ ଏହି…

ଝିଅ ‘ଦେଶଦ୍ରୋହୀ’ ବୋଲି କହିବା ପରେ ବାପାଙ୍କୁ ‘ଅତ୍ୟାଚାରୀ’ କହିଲେ ଶେହଲା

ଜାମ୍ମୁ: କାଶ୍ମୀର ପ୍ରସଙ୍ଗକୁ ନେଇ ଜେଏନୟୁର ପୂର୍ବତନ ଛାତ୍ରନେତ୍ରୀ ଶେହଲା ରଶୀଦ ଏବଂ ତାଙ୍କ ବାପା ଅବଦୁଲ ଆର. ଶୋରାଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଶେହଲା କାଶ୍ମୀରକୁ ନେଇ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଏବଂ ବିଚ୍ଛିନ୍ନତାବାଦୀମାନଙ୍କଠାରୁ ଟଙ୍କା ନେଇଥିବା ନେଇ ତାଙ୍କ ବାପା…

ଆଜି ଠାରୁ ଆରମ୍ଭ କୋଣାର୍କ ମହୋତ୍ସବ

କୋଣାର୍କ : ଆଜି ଠାରୁ କରୋନା କଟକଣା ମଧ୍ୟରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୧ ତମ କୋଣାର୍କ ମହୋତ୍ସବ ଆରମ୍ଭ ହେବ। ଏହା ୫ଦିନ ପର୍ଯ୍ୟନ୍ତ ଚାଲିଥାଏ। ଏହାସହ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଅଷ୍ଟମ ଆନ୍ତଃଜାର୍ତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆରମ୍ଭ ହେବ। ହାଇକୋର୍ଟଙ୍କ…

ମସ୍ତିଷ୍କକୁ ପ୍ରବେଶ କରିପାରେ କରୋନା ଭୂତାଣୁ

ବର୍ଲିନ: କରୋନା ଭୂତାଣୁ ଶରୀର ମଧ୍ୟକୁ ପ୍ରବେଶ କରି ଆମର ଶ୍ବାସକ୍ରିୟା ବ୍ୟବସ୍ଥା (ଫୁସ୍‌ଫୁସ୍‌)କୁ ସଂକ୍ରମଣ କରୁଥିବାବେଳେ ଏହା ଏବେ ମସ୍ତିଷ୍କକୁ ସଂକ୍ରମଣ କରିବାର ନୂଆ ଆଶଙ୍କା ସୃଷ୍ଟି କରିଛି। ନୂଆ ଗବେଷଣାରୁ ଜଣାଯାଇଛି କରୋନା ଭୂତାଣୁ ନାକ ବାଟ ଦେଇ ମସ୍ତିଷ୍କକୁ ଯିବାର ଆଶଙ୍କା…

ରାଜ୍ୟରେ ହ୍ରାସ ପାଉଛି କରୋନା ଜନିତ ମୃତ୍ୟୁ, ଆଜି ୫ ମୃତ

ବହୁ ଦିନର ବ୍ୟବଧାନ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଜି ଚିକିତ୍ସାଧୀନ ଅବସ୍ଥାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୪୪କୁ ବୃଦ୍ଧି ପାଇଛି। ଅନ୍ୟ ରୋଗ ଯୋଗୁଁ ୫୩ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟ…

ଦେଶରେ ଦିନକରେ ୩୧ ହଜାର ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୪୮୨ ମୃତ

ନୂଆଦିଲ୍ଳୀ : ଦେଶରେ ଦିନକରେ ୩୧ ହଜାର ୧୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୨,୮୧୦ ରେ ପହଞ୍ଚିଛି। ସେହିଭଳି ଆଜି ୪୮୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୩୫,୬୦୩ ରହିଥିବାବେଳେ…

ରାଜ୍ୟରେ ଆଉ ୩୭୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ମଙ୍ଗଳବାର ଆଉ ୩୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୯୧୦୩ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୯ ଜଣ ସଙ୍ଗରୋଧରୁ ରହିଥିବାବେଳେ ୧୫୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି…