ଗଣମାଧ୍ୟମର କଣ୍ଠରୋଧ କଲେ ବିରୋଧ କରାଯିବ: ଶାହ

ନୂଆଦିଲ୍ଲୀ : ଆଜି ଜାତୀୟ ପ୍ରେସ ଦିବସ । ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି ଦେଶର ସାମ୍ୱାଦିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶକୁ ମଜବୁତ କରିବାରେ ମିଡିଆର ଅବଦାନ ରହିଛି। ମୋଦି ସରକାର ଗଣମାଧ୍ୟମର ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଯେଉଁମାନେ…

ନାଳକୁ ଖସି ପଡ଼ିଲା ପିକ୍ ଅପ୍, ୭ ମୃତ

ଶିମଲା: ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମହିନ୍ଦ୍ରା ପିକ୍ ଅପ ଭ୍ୟାନଟି ରାତିରେ ଏକ ନାଳକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ହିମାଚଳ ପ୍ରଦେଶରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମଣ୍ଡି ଜିଲ୍ଲାର ପୁଲଘରତ ନିକଟରେ…

ହତ୍ୟା ମାମଲା ରୁଜୁ ହେବା ପରେ ବଦଳିଲେ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି : ହତ୍ୟା ମାମଲା ରୁଜୁ ହେବା ପରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ସରକାର ବଦଳି କରି ଦେଇଛନ୍ତି। ତାଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟପକ୍ଷରେ ତାଙ୍କ ସ୍ଥାନରେ ୱାଇ. ବିଜୟଙ୍କୁ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।…

ତାରକିଶୋର ଓ ରେଣୁ ଦେବୀ ବିହାରର ଦୁଇ ଉପମୁଖ୍ୟମନ୍ତ୍ରୀ

ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ବିଜେପି ବିଧାୟକ ଦଳ ନେତା ତାରକିଶୋର ପ୍ରସାଦ ଏବଂ ବିଜେପି ବିଧାୟକ ଦଳର ଉପନେତା ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ତାରକିଶୋର ପ୍ରସାଦ କହିଛନ୍ତି। କାଟିହାରରୁ ଚାରିଥର ବିଧାୟକ ଭାବେ…

ସମ୍ବାଦପତ୍ରର ପ୍ରକୃତ ଭୂମିକା

ପ୍ରତିବର୍ଷ ନଭେମ୍ବର ୧୬ ତାରିଖଟି ଭାରତରେ ଜାତୀୟ ପ୍ରେସ୍‍ ଦିବସ ଭାବେ ପାଳିତ ହୋଇ ଆସୁଛି। ଭାରତର ପ୍ରେସ କାଉନସିଲ ୧୯୬୬ ମସିହାରେ ଏହି ଦିବସରୁ ପ୍ରତିଷ୍ଠା ଲାଭ କରିଥିଲା। ତେଣୁ ଜାତୀୟ ସ୍ତରରେ ଏହି ଦିବସଟିକୁ ସମ୍ବାଦପତ୍ର ଓ ଗଣମାଧ୍ୟମ ପକ୍ଷରୁ ଏକ ମୁକ୍ତ ଓ ଦାୟିତ୍ୱସଂପନ୍ନ…

ସୀମା ବିବାଦ ଓଡ଼ିଶା ନୀରବ ; ମାଡ଼ି ଚାଲିଛି ଆନ୍ଧ୍ର : ପୁଣି ଫଳକ ଉପାଡ଼ି ରାସ୍ତା ଅବରୋଧ

ପଟାଙ୍ଗି : ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ତେଜିବାରେ ଲାଗିଛି ସୀମା ବିବାଦ। ଓଡ଼ିଶାର ନୀରବତାର ସୁଯୋଗ ନେଇ ଆନ୍ଧ୍ର ମାଡ଼ି ମାଡ଼ି ଚାଲିଛି। କୋରାପୁଟ ଜିଲା ପ୍ରଶାସନ ସୀମା ଚିହ୍ନଟ କରି ଲଗାଇଥିବା ଫଳକକୁ ୨୪ ଘଣ୍ଟା ନ ପୂରୁଣୁ ଆନ୍ଧ୍ରପଟର ସୀମାନ୍ତବାସୀ ଉପାଡ଼ିଦେବା ସହ ଶକ୍ତି ପ୍ରଦର୍ଶନ…

ସପ୍ତମଥର ପାଇଁ ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନିତୀଶ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ଭାବେ ନିତୀଶ କୁମାର ସପ୍ତମଥର ପାଇଁ ଆଜି ଶପଥ ଗ୍ରହଣ କରିବେ। ଅପରାହ୍ଣ ୪.୩୦ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟପାଳ ଫଗୁ ଚୌହାନ୍‍ ଶ୍ରୀ କୁମାର ଓ ତାଙ୍କ ମନ୍ତ୍ରୀ ପରିଷଦର ଅନ୍ୟାନ୍ୟ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ତେବେ…

ଚାଲିଗଲା ଆଉ ୧୬ ଆକ୍ରାନ୍ତଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ଥମୁନି ମୃତକଙ୍କ ସଂଖ୍ୟା। ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ୧୬ ଆକ୍ରାନ୍ତଙ୍କ ଜୀବନ ଚାଲି ଯାଇଛି। ଏବେ ମୃତ୍ୟୁ ସଂଖ୍ୟା ୧୫୪୩ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣ ଓ ବରଗଡରୁ ୩…

କମୁଛି ଆକ୍ରାନ୍ତଙ୍କ ସଂଖ୍ୟା ; ଚିହ୍ନଟ ନୂଆ ଆକ୍ରାନ୍ତ ୭୪୯, ସ୍ଥାନୀୟ ୩୧୨

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ମଧ୍ୟରେ ସଂକ୍ରମଣ ହଜାରେ ମଧ୍ୟରେ ସୀମିତ ରହୁଥିବା ଦେଖାଯାଉଛି। ଏହା ସଭିଁଙ୍କ ପାଇଁ ଆଶ୍ୱସ୍ତି ଆଣୁଛି। ୨୪ ଘଣ୍ଟାରେ ୭୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪୩୭, ସ୍ଥାନୀୟ ସଂକ୍ରମଣ ୩୧୨ ରହିଛି। ମୋଟ…

ଗୋଟିଏ ଭାଷା ଓ ସ୍ୱାଭିମାନ

ଭାଷାଗତ ଆଂଚଳିକତା ଭାବର ପ୍ରକାଶ ମୂଳରେ ଅନେକ ରାଜ୍ୟରେ ସ୍ୱାଭିମାନ ଭାବ ରହିଥାଏ ବୋଲି କୁହାଯାଏ । ଆସାମର ବୋଡୋଠାରୁ ଆରମ୍ଭ କରି ସିଲିଗୁଡିର ଗୋର୍ଖା ଆନ୍ଦୋଳନ ପଛରେ ଏକ ବଡ କାରଣ ରହିଆସିଛି । ସେ ଦୃଷ୍ଟିରୁ ଦେଖିଲେ ଗୋଟିଏ ଗୋଷ୍ଠିକୁ ଏକାଠି ରଖିବା ପାଇଁ ଭାଷା ଏକ ମାଧ୍ୟମ ହୋଇପାରେ ।…