ଚଳିତ ବର୍ଷ ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି ; ପାଳନ ହେବ ପୟାଶ୍ରାଦ୍ଧ

ପୁରୀ : ଚଳିତ ବର୍ଷ ପୁରୀ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜଳାଯିବନି। ମାତ୍ର ପୂର୍ବଭଳି ଲୋକେ ପୟାଶ୍ରାଦ୍ଧ ପାଳନ କରିବେ। ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଏପରି କଟକଣା ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା…

ଦିର୍ଘ ୨୫ ବର୍ଷ ପରେ ନିଜ ଗାଁରେ ପହଞ୍ଚିଲେ ବିରଜୁ କୁଲୁ, ପାକିସ୍ତାନ ଜେଲରେ କାଟୁଥିଲେ ବନ୍ଦୀ ଜୀବନ

ସୁନ୍ଦରଗଡ଼ : ନିଜ ଗାଁ ପରିବାରକୁ ଦିର୍ଘ ୨୫ ବର୍ଷ ପରେ ଦେଖିଛନ୍ତି ବିରଜୁ କୁଲୁ। ୨୫ ବର୍ଷ ତଳେ ନିଖୋଜ ହୋଇ ଯାଇଯାଇଥିଲେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କଟଙ୍ଗ ଗାଁର ବିରଜୁ କୁଲୁ। ଗତବର୍ଷ ଜଣାପଡିଥିଲା କି ବିରଜୁ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି। ଏହାପରେ ତାଙ୍କୁ…

ଦୀପତ୍ସୋବରେ ବିଶ୍ୱରେ ରେକର୍ଡ ସୃଷ୍ଟି କରିବ ଅଯୋଧ୍ୟା

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ତିଆରି ହେବାର ନିଷ୍ପତ୍ତି ହେବା ପରେ ପ୍ରଥମ ଥର ଏଠାରେ ଦୀପାବଳି ପାଳନ ହେବ। ରାମନଗରୀ ସମୂର୍ଣ୍ଣଭାବେ ସଜା ହୋଇଛି। ସମୂର୍ଣ୍ଣ ଅଯୋଧ୍ୟାର କଳ୍ପନା ସତରେ ପରିଣତ ହୋଇଛି।ଆଜି ମୁଖ୍ୟ ଦୀପୋତ୍ସବରେ ପ୍ରଭୁ ରାମଙ୍କ ପାଇଁ ୫.୫୧ ଲକ୍ଷ ଦୀପରେ ଅଯୋଧ୍ୟା ଏକ ଭିନ୍ନ…

ଉଦୟଗିରିରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’

ଭୁବନେଶ୍ବର: ଆସୁଛି ପର୍ଯ୍ୟଟନ ଋତୁ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି କେନ୍ଦ୍ର ପ୍ରତ୍ନତତ୍ତ୍ବ ସଂରକ୍ଷଣ ବିଭାଗ ପକ୍ଷରୁ ଖଣ୍ଡଗିରି ଓ ଉଦୟଗିରିର ସୌନ୍ଦର୍ଯ୍ୟକରଣ ଏବଂ ଉନ୍ନତୀକରଣ ଯୋଜନା କରାଯାଇଛି। ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳକୁ କଟକଣାମୁକ୍ତ କରିବା ପରେ ଧୀରେ ଧୀରେ ପର୍ଯ୍ୟଟକଙ୍କ…

ରାଜ୍ୟରେ କରୋନାରେ ଆଉ ୧୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ୧୪୯୫ ପହଞ୍ଚିଯାଇଛି।

ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲାସ୍ତରୀୟ ରାଜସ୍ୱ ସମିକ୍ଷା ବୈଠକ ଅନୁଷ୍ଠିତ

ବ୍ରହ୍ନପୁର: ଗଞାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧକ୍ଷତାରେ ଭିଡିଓ କନଫେରନ୍ସି ଜରିଆରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର , ବ୍ରହ୍ନପୁର , ଭଞନଗର ଉପଖଣ୍ଡର ସମୀକ୍ଷା କରିବା ଅବସରରେ ଜିଲ୍ଲାପାଳ ଜଣାଇଥିଲେ ଯେ ରାଜ୍ୟରେ କିଭଳି…

ଅପରାଧ ସଂଖ୍ୟା ବୃଦ୍ଧି

ଏକପଟେ ଆମ ରାଜ୍ୟ ଓଡିଶାରେ କରୋନା ମହାମାରୀ ଦୀର୍ଘ ୧୦ ମାସ ଧରି ଏହାର କାୟା ବିସ୍ତାର କରିଚାଲିଥିଲା ବେଳେ ସ୍ୱାଭାବିକ ଚଳପ୍ରଚଳ ସର୍ବତ୍ର ବାଧା ପ୍ରାପ୍ତ ହୋଇଛି । ଏପରିକି ମହାମାରୀ ରୋକିବାଲାଗି ସରକାରୀ ସ୍ତରରେ ଗତ ମାର୍ଚ୍ଚ ମାସରୁ ବିଧିବଦ୍ଧ ଭାବେ ଲକଡାଉନ, ସଟ୍ଡାଉନ୍ ଆଦି ଲାଗୁ…

ମୁଖ୍ୟମନ୍ତ୍ରୀ ରହିବାକୁ ନୀତିଶ ଅରାଜି !

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନଡିଏ ସଂଖ୍ୟା ଗରିଷ୍ଠ ହାସଲ କରିଥିଲା ବେଳେ ଜେଡିୟୁ ନେତା ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ସ୍ପଷ୍ଟ କରିଦେଇଛି । ମାତ୍ର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ଶ୍ରୀ କୁମାର ଅନିଚ୍ଛା ପ୍ରକାଶ କରିଥିବା ଏକ ନିର୍ଭର ଯୋଗ୍ୟ ସୂତ୍ରରୁ…

ଜିଡିପି ୮.୬% କମିବ : ଆରବିଆଇ

ନୂଆଦିଲ୍ଲୀ: ଜୁଲାଇ ସେପ୍ଟେମ୍ବରରେ ଶେଷ ହୋଇଥିବା ତ୍ରୟ ମାସିକରେ ଦେଶର ବିକାଶ ହାର (ଜିଡିପି) ୮.୬% ହ୍ରାସ ପାଇବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆକଳନ କରିଛି । ତେବେ ଆରବିଆଇର ଏହି ଆକଳନକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖଣ୍ଡନ କରିଛନ୍ତି । ଅନ୍ୟପକ୍ଷରେ ଆରବିଆଇ…

ଆତ୍ମନିର୍ଭର ଭାରତ ୩-୦ ଘୋଷଣା : ନୂଆ କର୍ମଚାରୀଙ୍କ ଇପିଏଫ ଭରିବେ ସରକାର, ସୁଧୁରୁଛି ଦେଶର ଆର୍ଥିକ ବ୍ୟବସ୍ଥା

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ଦେଶରେ ବିପର୍ଯ୍ୟସ୍ଥ ହୋଇପଡିଥିବା ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଛି, କରୋନା ପ୍ରଭାବ କମ୍ ହୋଇଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରି ସେ କହିଛନ୍ତି ଯେ, ଦେଶର…