ଘରେ ବସି ଦେଖିହେବ ନନ୍ଦନକାନନର ଜୀବଜନ୍ତୁଙ୍କୁ

ଭୁବନେଶ୍ୱର : ମହାମାରୀ କରୋନା ପାଇଁ ଦୂରଦୂରାନ୍ତରୁ ନନ୍ଦନକାନନ ଆସି ପାରୁନଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଯଦି କେହି ନନ୍ଦନକାନନ ଆସି ପାରୁନଥିବେ, ତାହେଲେ ସେମାନେ ଘରେ ବସି ନନ୍ଦନକାନନର ସମସ୍ତ ଜୀବଜନ୍ତଙ୍କୁ ଦେଖିପାରିବେ। ନନ୍ଦନକାନନର ସମସ୍ତ ଜୀବଜନ୍ତଙ୍କ ଭିଡିଓ ୱେବସାଇଟରେ…

ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କରୋନା ଟିକା ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମୋଦୀ ଦେଶବାସୀଙ୍କୁ କହିଛନ୍ତି ଯେ, ଭାରତରେ କରୋନା ଟିକା ଉପଲବ୍ଧ ହେବା ମାତ୍ରେ ଏହା ପ୍ରତ୍ୟେକ ନାଗରିକଙ୍କୁ ଯୋଗାଇ ଦିଆଯିବ। କୌଣସି ଭାରତୀୟ ଟିକା ପାଇବାରୁ ବଞ୍ଚିତ ହେବେ…

ସରକାରଙ୍କୁ କେନ୍ଦ୍ର ସୂଚନା କମିସନଙ୍କ ନୋଟିସ; ‘ଆରୋଗ୍ୟ ସେତୁ’ର ପ୍ରସ୍ତୁତକର୍ତ୍ତା କିଏ ଜଣାଅ

ନୂଆଦିଲ୍ଲୀ : କରୋନା ସଂକ୍ରମଣଜନିତ ସୂଚନା ପ୍ରଦାନ ଓ ସଚେତନତା ପାଇଁ ଭାରତ ସରକାର ପ୍ରସ୍ତୁତ କରିଥିବା ‘ଆରୋଗ୍ୟ ସେତୁ’ ଆପ୍‌ର ପ୍ରସ୍ତୁତକର୍ତ୍ତାଙ୍କ ସମ୍ପର୍କରେ ସମ୍ପୃକ୍ତ ମନ୍ତ୍ରଣାଳୟ ନିକଟରେ କୌଣସି ତଥ୍ୟ ନାହିଁ। ଏ ନେଇ କେନ୍ଦ୍ର ସୂଚନା କମିସନ୍ ବୁଧବାର ସରକାରଙ୍କୁ କାରଣ ଦର୍ଶାଅ…

ଅବକାରୀ ବିଭାଗର ଚଢାଉ; ୪୦ଲିଟର ମହୁଲି ମଦ ଜବତ, ମହୁଲ ପୋଚ ନଷ୍ଟ

କେଶଦୁରାପାଳ : ଅବକାରୀ ବିଭାଗ ଚଢାଉ କରି ୪୦ଲିଟର ମହୁଲି ମଦ ଜବତ କରିବା ସହ ୧୨୩୦ କେଜି ମହୁଲ ପୋଚ ନଷ୍ଟ କରିଛି। ସୁଚନାରୁ ପ୍ରକାଶ, ଆନନ୍ଦପୁର ଥାନା ଅନ୍ତର୍ଗତ କାଠକଟା ଓ ଯୋଗୀଆବନ୍ଧ ଗ୍ରାମରେ ଚୋରା ମହୁଲି ମଦ କାରବାର  କରୁଥିବା ବେଳେ ଖବର ପାଇ ଆନନ୍ଦପୁର ଅବକାରୀ ବିଭାଗ ପକ୍ଷରୁ ଉକ୍ତ…

ଅନ୍ତର୍ଜାତୀୟ ଇଣ୍ଟରନେଟ୍ ଦିବସ

ନୂଆଦିଲ୍ଲୀ : ପ୍ରତିବର୍ଷ ଅକ୍ଟୋବର ମାସ ୨୯ତାରିଖକୁ ଇଣ୍ଟରନେଟ୍ ଦିବସ ଭାବେ ପାଳନ କରାଯାଇଥାଏ। ଇଣ୍ଟରନେଟ୍‍ ବ୍ୟବହାରର ଉଭୟ ସକରାତ୍ମକ ଓ ନକରାତ୍ମକ ଦିଗ ରହିଛି। ଇଣ୍ଟନେଟ୍‍ ମାନବ ଜୀବନଶୈଳୀକୁ ସରଳ ତଥା ସରସ କରିଛି। ଅନ୍ୟପଟେ ଏହାର ଅନେକ ମାରାତ୍ମକ ପ୍ରଭାବ ରହିଥିବା ମଧ୍ୟ ବିଗତ ଦିନରେ…

ରାଜଭବନ ଛକ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା :ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହେଲା ନିଖୋଜ ସୀମାଞ୍ଚଳ ପରିଡା ମୃତ

ଭୁବନେଶ୍ବର : ରାଜଭବନ ଛକ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ନିଖୋଜ ସୀମାଞ୍ଚଳଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବିସ୍ଫୋରଣ ପରେ ସୀମାଞ୍ଚଳ ପରିଡା ନିଖୋଜ ରହିଥିଲେ । ତେବେ ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡର ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ନିଖୋଜ ସୀମାଞ୍ଚଳ ପରିଡାଙ୍କର…

ବକ୍ସିଂ ଡେ ଟେଷ୍ଟ; ୨୫ ହଜାର ଦର୍ଶକଙ୍କୁ ପ୍ରତ୍ୟହ ମ୍ୟାଚ ଦେଖିବାର ସୁଯୋଗ

ମେଲ୍‌ବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ବିତୀୟ ତଥା ବକ୍ସି ଡେ ଟେଷ୍ଟ ଡିସେମ୍ବର ୨୬ରୁ ୩୦ ପର୍ୟ୍ୟନ୍ତ ମେଲ୍‌ବୋର୍ଣ୍ଣରେ ଖେଳାଯିବ। ଉକ୍ତ ମ୍ୟାଚ ଲାଗି ପ୍ରତିିଦିନ ଷ୍ଟାଡ଼ିୟମକୁ ୨୫ ହଜାର ଦର୍ଶକ ମ୍ୟାଚ ଦେଖିବାର ସୁଯୋଗ ପାଇବେ। ଏଥିନେଇ…

ଯାତନା ଦେଉଛି ‘ସ୍ମାର୍ଟସିଟି’: ସ୍ବପ୍ନ ଦେଖାଇ ଶୋଇଗଲେ

ଭୁବନେଶ୍ୱର: ଦେଶର ଏକ ନମ୍ବର ସ୍ମାର୍ଟସିଟି ‘ଭୁବନେଶ୍ୱର’ ଘୋଷଣା ପରେ ସହରବାସୀ ଯେତିକି ଉଲ୍ଲସିତ ହୋଇଥିଲେ ଏବେ ସେତିକି ଅନୁତାପ କରୁଛନ୍ତି। କାରଣ ସ୍ମାର୍ଟସିଟି ନାଁରେ ସ୍ବପ୍ନ ଦେଖାଇ କର୍ତ୍ତୃପକ୍ଷ କେବଳ ଦିନ ଗଡ଼ାଇ ଚାଲିଛନ୍ତି ସିନା ହେଲେ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ କୌଣସି…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ନୂଆଦିଲ୍ଲୀ : ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା। ଗୁରୁବାର ସକାଳେ ସେ ନିଶ୍ୱାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରେ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ…

ଲୋକପ୍ରିୟ ଫିଲ୍ମ ନିର୍ମାତା ଅନିଲ ନାଇଡୁଙ୍କ ପରଲୋକ

ମୁମ୍ବଇ : ଲୋକପ୍ରିୟ ଚଳଚ୍ଚିତ୍ର ସମ୍ପାଦକ ତଥା ନିର୍ମାତା ଅନିଲ ନାଇଡୁଙ୍କ ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି। ଅନିଲଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଇଣ୍ଡଷ୍ଟ୍ରିର ତାଙ୍କ ବନ୍ଧୁ ଏବଂ ନିକଟ ସମ୍ପର୍କୀୟ ସୋସିଆଲ୍ ମିଡିଆରେ ତାଙ୍କୁ…