ବିରଳ ଗ୍ରୁପର ରକ୍ତଦାନ ପାଇଁ ୨୦୦ କିଲୋମିଟର ରୁ ଧାଇଁ ଆସିଲେ ଯୁବକ

ବୁର୍ଲା: ୨୦୦ କିଲୋମିଟରରୁ ଆସି ବଞ୍ଚାଇଲେ ଜୀବନ। ଦାନ କଲେ ବିରଳ ଗ୍ରୁପର ରକ୍ତ। ରାଉଲକେଲାରୁ ବୁର୍ଲା ଭୀମସାରକୁ ଆସି ଜଣେ ମହିଳାଙ୍କୁ ଦାନ କଲେ ରକ୍ତ। ସୂଚନା ଅନୁସାରେ ଗତ ୨ଦିନ ତଳେ ଦେବଗଡ଼ ବଡରମା ଘାଟିରେ ଏକ ଟେମ୍ପୁ ଗାଡି ଦୁର୍ଘଟଣା ଘଟିଥିଲା। ଏହି ଟେମ୍ପୁରେ ଥିବା ୭ ଜଣଙ୍କୁ…

ସ୍ବର୍ଗଦ୍ବାରରୁ ହଟିଲା କଟକଣା

ଭୁବନେଶ୍ବର: ପୁରୀ ସ୍ବର୍ଗଦ୍ବାରରେ ଶବ ସତ୍କାର ନେଇ କଟକଣା ହଟାଇ ଦିଆଯାଇଛି। ଏଣିକି ବାହାର ଜିଲାର ଯେକୌଣସି ବ୍ୟକ୍ତିଙ୍କ ମୃତଦେହ ତାଙ୍କ ସମ୍ପର୍କୀୟ ପୁରୀ ସ୍ବର୍ଗଦ୍ବାର ଆଣି ସତ୍କାର କରିପାରିବେ। ଅନ୍ୟ ସ୍ବର୍ଗଦ୍ବାର​‌େ​‌ର ଅନ୍ୟ ଜିଲାର ବ୍ୟକ୍ତିଙ୍କ ମୃତଦେହ ଶତ୍କାର କଟକଣା ହଟିବା ନେଇ…

ଭାରତ – ଶ୍ରୀଲଙ୍କା ଅଷ୍ଟମ ବାର୍ଷିକ ନୌସମରାଭ୍ୟାସ ଆରମ୍ଭ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅଷ୍ଟମ ବାର୍ଷିକ ନୌସମରାଭ୍ୟାସ ସ୍ଲୀନେକ୍ସ-୨୦ ଆଜିଠାରୁ ଆରମ୍ଭ ହୋଇଛି। ତ୍ରିଙ୍କୁମାଳୀ ଉପକୂଳରେ ଏହି ସମରାଭ୍ୟାସ ଚାଲିବ ଓ ଏହା ତିନିଦିନ ପର୍ଯ୍ୟନ୍ତ ଜାରି ରହିବ। ଶ୍ରୀଲଙ୍କା ନୌବାହିନୀର ଏସଏଲଏନ ଜାହାଜ ସୟୁରା ଓ ଗଜବାହୁ ସମରାଭ୍ୟାସରେ ଅଂଶଗ୍ରହଣ କରୁଛି।…

ଓଲଟିଲା ଅଟୋ ; ୨ ମହିଳା ମୃତ, ୧୫ ରୁ ଅଧିକ ଆହତ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଅନ୍ତର୍ଗତ ଚନ୍ଦାହାଣ୍ଡି ଘାଟି ରାସ୍ତାରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଘାଟି ରାସ୍ତାରେ ଏକ ଅଟୋ ଓଲଟି ପଡିବାରୁ ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ରୁ ୪ ଜଣ ଶିଶୁ ଥିବା ଜଣାପଡ଼ିଛି। ସମସ୍ତ…

କ୍ଷେପଣାସ୍ତ୍ର ସ୍ୟାଣ୍ଟର ସଫଳ ପରୀକ୍ଷଣ

ବାଲେଶ୍ୱର : ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ସ୍ୟାଣ୍ଟ ବା ସ୍ପାଇକ୍ ଆଣ୍ଟି ଗାଇଡେଡ୍ ମିଜାଇଲର ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିସ୍ଥିତ ୩ ନମ୍ବର ଲଞ୍ଚପ୍ୟାଡରୁ ସ୍ୟାଣ୍ଟର ପରୀକ୍ଷଣ କରାଯାଇଥିଲା। ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି…

ସରକାରୀ କ୍ୱାର୍ଟର୍ସରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ

ବଲାଙ୍ଗିର :  ବଲାଙ୍ଗିର ସହର ଚନ୍ଦ୍ରଶେଖର ନଗରପଡାର ଏକ ସରକାରୀ କ୍ୱାର୍ଟର୍ସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦମ୍ପତି ହେଉଛନ୍ତି ବୃନ୍ଦାବନ ସାହୁ ଏବଂ ନିରାଶ ସାହୁ। ସେମାନଙ୍କ ଘର ସଦର ବ୍ଲକ କୁଡାସିଂହା ଗାଁରେ। ବୃଦ୍ଧ ଦମ୍ପତି ତିନି ବର୍ଷ ହେଲା ବଲାଙ୍ଗିର ସହର…

ଜାନୁଆରୀରୁ ରଣଜୀ ଟ୍ରଫି ପ୍ରତିଯୋଗିତା

ମୁମ୍ବଇ : ଚଳିତ ସିଜିନ୍‌ର ପ୍ରମୁଖ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ୨୦୨୧ ଜାନୁୟାରୀରୁ ଆରମ୍ଭହେବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଘୋଷଣା କରିଛନ୍ତି। ଶନିବାର ଓ ରବିବାର ୨ ଦିନ ଧରି ଆୟୋଜିତ ବିସିସିଆଇ ଆପେକ୍‌ସ କାଉନ୍‌ସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…

ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟର ସବୁ ଓକିଲ ସଂଘ ନିର୍ବାଚନ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପାଇଁ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଡିସେମ୍ବର ୧୫ ସୁଦ୍ଧା ନିର୍ବାଚନ ସାରି ଫଳ ଘୋଷଣା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ବାର୍‍…

ଇଟାଲୀରେ ପ୍ରଭାସ-ପୂଜା

ଆଗାମୀ ଚଳଚ୍ଚିତ୍ର ‘ରାଧେଶ୍ୟାମ’ର ସୁଟିଂ ପାଇଁ ‘ବାହୁବଳୀ’ ପ୍ରଭାସ ଇଟାଲୀ ଯାଇଛନ୍ତି। କିଛି ମାସ ତଳେ ଏଇ ସ୍ଥାନରେ କରୋନା ମହାମାରୀର ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣ ବାହାରେ ଥିଲା। ବର୍ତ୍ତମାନ ପରିସ୍ଥିତି ସାମାନ୍ୟ ସୁଧୁରିଥିବାରୁ ପ୍ରଯୋଜକ ମହଲ ଯଥା ଶୀଘ୍ର ଏଠାରେ ସୁଟିଂ ଶେଷ କରିବାକୁ…

ଆରୋଗ୍ୟ ହାର ୮୮.୨୬ ପ୍ରତିଶତ

ନୂଆଦିଲ୍ଲୀ : ଦେଶରେ ୬୬ଲକ୍ଷ ୬୩ ହଜାର ଲୋକ କୋଭିଡରୁ ଆରୋଗ୍ୟ ଲାଭ କରିବା ସହ କୋବିଡ ଆରୋଗ୍ୟ ଦୃଷ୍ଟିରୁ ଭାରତ ବିଶ୍ୱରେ ଶୀର୍ଷସ୍ଥାନରେ ରହିଛି। ଦେଶରେ କୋଭିଡ୍‍ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଓ ଆରୋଗ୍ୟ ହାର ୮୮.୨୬ପ୍ରତିଶତ ରହିଛି। ଚିକିତ୍ସିତ…