ପର୍ବତାରୋହୀଙ୍କ ଉପରକୁ ଆକ୍ରମଣ

ଭବାନୀପାଟଣା- ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାଅନୁଯାୟୀ ଗତ ରବିବାର ଯୋଗବ୍ୟାସ କୌଣସି କାମରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଧଅଂରାମାଳ ଗାଁକୁ ଯାଇଥିଲେ ।

ଦୁଇ ଦିନିଆ ଜାପାନ ଗ୍ରସ୍ତରେ ଯିବେ ଜୟଶଙ୍କର

ନୂଆଦିଲ୍ଲୀ- ଦ୍ୱିତୀୟ ମନ୍ତ୍ରୀସ୍ତରୀୟ ବୈଠକରେ ସାମିଲ ହେବାପାଇଁ ଦୁଇ ଦିନିଆ ଜାପାନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆସନ୍ତା ୬ ଓ ୭ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ । ଜାପାନ ବୈଦେଶିକ ମନ୍ତ୍ରାଳୟ କହିଛନ୍ତି ଜୟଶଙ୍କର ତାଙ୍କ ଜାପାନର ପ୍ରତିପକ୍ଷ ତୋସିମଟୁ

ତାମିଲନାଡୁରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି

ଚେନ୍ନାଇ- ତାମିଲନାଡୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ମାତ୍ରାରେ ବୃଦ୍ଧି ପାଉଥିବା ଯୋଗୁଁ ରାଜ୍ୟରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ କେ ପଳାନିସ୍ୱାମୀ । ସେହିପରି ଶିକ୍ଷାନୁଷ୍ଠାନ, ମନୋରଞ୍ଜନ କେନ୍ଦ୍ର, ସଂଗ୍ରହାଳୟ ଓ ଉପାନ୍ତ ସହରରେ

୨୨୫ ଟଙ୍କାରେ କରୋନା ଟିକା

ନୂଆଦିଲ୍ଲୀ- ସେରମ ଇନଷ୍ଟିଚ୍ୟଟ ଅଫ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଟିକା ମାତ୍ର ୨୨୫ଟଙ୍କାରେ ମିଳିବ ବୋଲି ଏହି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ପ୍ରାୟ ୨୦ କୋଟି ଟିକା ଉତ୍ପାଦନ ହେବ ବୋଲି ସେରମ ଇନଷ୍ଟିଚ୍ୟଟ ପକ୍ଷରୁ କୁହାଯାଇଛି । ଏଥିପାଇଁ କମ୍ପାନୀକୁ ବିଲ ଏଣ୍ଡ

ଆରପାରିରେ ଜହ୍ନମାମୁଁ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ଚେନ୍ନାଇ- ଜହ୍ନମାମୁଁ ପତ୍ରିକାର ପ୍ରସିଦ୍ଧ ଚିତ୍ରକର ତଥା କାର୍ଟୁନିଷ୍ଟ କେ.ସି ଶିବଶଙ୍କର ୯୭ ବର୍ଷ ବୟସରେ ପରଲୋକ ହୋଇଛି । ୧୯୪୭ ମସିହାରେ ସେ ଜହ୍ନମାମୁଁରେ ଯୋଗ ଦେଇଥିଲେ । ଜହ୍ନମାମୁଁରେ ତାଙ୍କ ଜବୀନକାଳ କଟିଥିଲା । ପ୍ରତିଟି ଭାରତୀୟ କିଶୋର ନିଜ ମାତୃଭାଷାରେ ଜହ୍ନମାମୁଁ ପଢିବାକୁ

ନକଲି ଇଞ୍ଜିନ ଅଏଲ ତିଆରି କାରଖାନା ଠାବ

ଭୁବନେଶ୍ୱର- ରାଜଧାନୀରୁ ଠାବ ହୋଇଛି ନକଲି ଇଞ୍ଜନି ଅଏଲ ତିଆରି କାରଖାନା । ଭୁବନେଶ୍ୱର ମଂଚେଶ୍ୱର ଥାନା ଚକେଇସିଆଣିରେ ଏହି ନକଲି କାରଖାନା ଠାବ ହୋଇଛି । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ସନ୍ଧ୍ୟାରେ କମିଶନରେଟ ପୋଲିସ ଉକ୍ତ କାରଖାନାରେ ଚଢାଉ କରିଥିଲା । ଏହି ଘଟଣାରେ ୩ଜଣଙ୍କୁ

ଶ୍ରୀମନ୍ଦିର ଭିତରକୁ ପାନ ଓ ଗୁଟକା ମନା

ପୁରୀ- ପାନ ଓ ଗୁଟକା ଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ସେବାୟତ । ଯଦି କୌଣସି ସେବାୟତ ପାନ ଛେପ ପାକାଇ ଧରାପଡିଲେ ପ୍ରଥମ ଓ ଦ୍ୱିତୀୟ ଦିନରେ ୧୦୦୦ ଟଙ୍କା ତୃତୀୟ ଦିନରେ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ,

୬ ଏଟିଏମ୍ ଲୁଟେରା ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସ କୁଖ୍ୟାତ ଏଟିଏମ୍ ଲୁଟେରା ସମ୍ଭବ ଆଚାର୍ଯ୍ୟ ସହ ୬ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪୨ ହଜାର ଟଙ୍କା ଜବତ କରାଯାଇଛି । ସେ ୮ରୁ ଅଧିକ ଏଟିଏମ୍ ଲୁଟ୍ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଲୁଟେରାଜଣଙ୍କ ବୃଦ୍ଧବୃଦ୍ଧାଙ୍କୁ

ଏଲଏସି ଜଗିବ ‘ନିର୍ଭୟ’

ନୂଆଦିଲ୍ଲୀ: ଲାଇନ୍ ଅଫ୍ ଆକଚୁଆଲ୍ କଂଟୋ୍ରଲ (ଏଲ୍ଏସି)ରେ ଚୀନର କ୍ଷେପଣାସ୍ତ୍ର ମୁତୟନ ପରେ ତାହାର ପ୍ରତି ଜବାବ ଦେଇ ଭାରତୀୟ ସେନା ସୀମାରେ ଘରୋଇ ସବ୍ସୋନିକ ମିସାଇଲ୍ ‘ନିର୍ଭୟ’କୁ ନିୟୋଜିତ କରିଛି । ସ୍ୱଦେଶୀ ଜ୍ଞାନକୌଶଳେ ନିର୍ମିତ କ୍ଷେପଣାସ୍ତ୍ର “ନିର୍ଭୟ’ ହେଉଛି ଭୂପୃଷ୍ଠରୁ

ଜବରଦଖଲ ଦ୍ୱାରା ରାଜଧାନୀ ସଂକୁଚିତ!

ରାଜଧାନୀ ଭୁବନେଶ୍ୱର କ୍ରମଶଃ ଜନଗହଳି ପରିପୁର୍ଣ୍ଣ ଅଂଚଳରେ ପରିଣତ ହେବାକୁ ଯାଉଛି । ଅର୍ଦ୍ଧଶତାଧିକ ୱାର୍ଡକୁ ନେଇ ଗଠିତ ଭୁବନେଶ୍ୱର ମହାନଗର ନିଗମରେ ବସ୍ତି ସଂଖ୍ୟା କିଛି କମ୍ ନୁହେଁ । ମହାବାତ୍ୟା ପୂର୍ବରୁ ବସ୍ତି ସଂଖ୍ୟା ପ୍ରାୟ ୧୦୦ରୁ କମ୍ ରହିଥିଲା ବେଳେ ଏକବିଂଶତାବ୍ଦି ଆରମ୍ଭରୁ