ବଲାଙ୍ଗୀରରେ ଜବର ଦଖଲ ଉଛେଦ ଯୋରଦାର

ବ ଲାଙ୍ଗୀର: ଗତ ଦୁଇ ଦିନ ହେଲା ବଲାଙ୍ଗୀର ସହରରେ ଜିଲ୍ଲା ପ୍ରଶାସନ ତରଫରୁ ଜବର ଦଖଲ ଉଦ୍ୟମକୁ ଜୋରଦାର କରାଯାଇଛି । କରୋନା ସମୟରେ ସହରର ବିମଭିନ୍ନ ସ୍ଥାନରେ ହୋଇଥିବା ଜବର ଦଖଲକୁ ଜେସିବି ମେସିନ ଲଗାଇ ଭାଙ୍ଗିଦିଆ ଯାଇଛି । କିନ୍ତୁ ଏପଟରେ ଓଡିଶା ହାଇକୋର୍ଟରେ ଦାଖଲ ହୋଇଥିବା ରିଟ ପିଟିସନ

୩ୟ ଥର ପାଇଁ କରୋନା ପଜିଟିଭ୍

ବ୍ରାସିଲିଆ: ବ୍ରାଜିଲର ରାଷ୍ଟ୍ରପତି ବୋଲସୋନାରୋଙ୍କ ନମୁନା ଆଉ ଥରେ ପରୀକ୍ଷା କରାଯାଇଥିଲା । ଏଥରକ ବି ସେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛିି । ଜୁଲାଇ ୭ରୁ ଏ ପର୍ଯ୍ୟନ୍ତ ସେ ତିନି ଥର କରୋନା ପଜିଟିଭ ବାହାରିସରିଲେଣି । ବୋଲସୋନାରୋ ହେଉଛନ୍ତି ବିଶ୍ୱର ଏପରି ଏକ ନେତା ,

କୋଭାକ୍ସିନର ମାନବୀୟ ପରୀକ୍ଷା ଆରମ୍ଭ

ଚେନ୍ନାଇ: ସ୍ୱଦେଶୀ କରୋନା ଟିକା ‘କୋଭାକ୍ସିନ’ର ପ୍ରଥମ ପର୍ଯ୍ୟାୟ ମାନବୀୟ ପରୀକ୍ଷା ଚେନ୍ନାଇରେ ଆରମ୍ଭ ହୋଇଛି । ଏହି ପରୀକ୍ଷାକୁ ଚେନ୍ନାଇସ୍ଥିତ ଏସଆରଏମ ମେଡିକାଲ କଲେଜ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଂଟରରେ କରାଯାଇଛି । ହସ୍ପିଟାଲରେ ଏହି ପରୀକ୍ଷାର ନେତୃତ୍ୱରେ ଥିବା ଡାକ୍ତର ସତ୍ୟଜିତ

ଗେମ୍ ଖେଳିବାକୁ ମନାକରିବାରୁ ଆତ୍ମହତ୍ୟା କଲା ପୁଅ

କଳାହାଣ୍ଡି: ମୋବାଇଲରେ ଗେମ୍ ଖେଳିବା ନିଶା ସମସ୍ତିଙ୍କୁ ଘାରିଛି । ଗେମ୍ ଖେଳିବାକୁ ମନା କରିବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ନାବାଳକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେସିଙ୍ଗା ଥାନା ମାଳପଡା ଗାଁରେ । ମୃତକ ନାବାଳକ ଜଣଙ୍କ ହେଲେ ଇସାନ ପ୍ରଦାନ ବୟସ-୧୧ ବର୍ଷ ।

ଅସୁରକ୍ଷିତ ରାଜଧାନୀ

ଭୁବନେଶ୍ୱର: ଅସୁରକ୍ଷିତ ହୋଇପଡିଛି ରାଜଧାନୀ । ଭୁବନେଶ୍ୱର ଜାଗମରା ପ୍ରମେୟ ଅଫିସ ଛକ ନିକଟରେ ଜଣେ ଯୁବକ ୩ ହାତ ଖଣ୍ଡା ଧରି ଜଣେ ବରିଷ୍ଟ ସାମ୍ବାଦିକଙ୍କୁ ବିନା କାରଣରେ ହାଣିବାକୁ ଗୋଡାଇଥିଲେ । ତେବେ ପ୍ରମେୟର ଅନ୍ୟ ସାମ୍ବାଦିକ ଓ ସୁରକ୍ଷାକର୍ମୀ ପହଁଚିଯିବାରୁ ଆକ୍ରମଣକାରୀ ଜଣଙ୍କ

ପୋଲସରା ବିଧାୟକ କରୋନା ଆକ୍ରାନ୍ତ

ଗଞ୍ଜାମ : ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନାରେ ସଂକ୍ରମିତ ହୋଇଛନ୍ତି। ବିଧାୟକଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ପୂର୍ବରୁ ଗଞ୍ଜାମରୁ ଫେରିଥିବାବେଳେ ବୁଧବାର ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ବିଧାୟକ କହିଛନ୍ତି। ଏବେ

ଜବତ ହେଲା ଧଳା ଜହର: ବେପାରୀ ଗିରଫ

ଜଳେଶ୍ୱର: କରୋନା ମହାମାରୀକୁ ରୋକିବା ପାଇଁ ରାଜ୍ୟରେ ଲକଡାଉନ୍ କରାଯାଇଥିବା ବେଳେ, ଏହାର ଆଡୁଆଳରେ ବାଲେଶ୍ୱର ଜିଲ୍ଲାରେ ବ୍ରାଉନ୍ ସୁଗାରର କାରବାର ଯୋରସୋରରେ ଚାଲିଛି । ସୂଚନା ଅନୁସାରେ ଜଳେଶ୍ୱର ଥାନା ଅନ୍ତର୍ଗତ ଶେକସରାଇ ଗାଁରେ ସୁକୁମାର ଦାସଗୁପ୍ତା ଦୀର୍ଘ ଦିନ ଧରି ବ୍ରାଉନ୍ ସୁଗାର

ଗୁଣି ସନ୍ଦେହରେ ଯୁବକଙ୍କୁ ମାଡ: ୫ଗିରଫ

ନବରଙ୍ଗପୁର: ଗୁଣିଆ ସନ୍ଦେହ କରି ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କୁ ଜୋର ଜବରଦସ୍ତ ବିଷ୍ଟା ଖୁଆଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅର୍ନ୍ତଗତ ଜମାଦୋରାପଡା ଗ୍ରାମରେ । ଏହି ମାମଲାରେ ଚନ୍ଦାହାଣ୍ଡି ପୋଲିସ ଗୋଟିଏ

ଅସ୍କିଜେନ୍ ଅଭାବରୁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗୁରୁଗ୍ରାମ ସେକ୍ଟର ୩୭ରେ ଅବସ୍ଥିତ ଏକ ଘରୋଇ ମେଡିକାଲର ଅବହେଳା ଯୋଗୁ ଜଣେ ୪୪ ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ସୀମା ଆରୋରା । ସେ କରୋନାରେ ଆକ୍ରାନ୍ତ ଥିଲେ । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଡାକ୍ତରମାନେ ତାଙ୍କର ଯତ୍ନ ନେଉନଥିଲେ କି

ପରିବା ବିକୁଛନ୍ତି ପିଏଚଡି ବିଦ୍ୟାର୍ଥୀ

ଇନ୍ଦୋର: କରୋନା ମହାମାରୀ ପାଇଁ ଠେଲା ବେପାରୀଙ୍କ କାମଧନ୍ଦା ଠପ୍ ହୋଇପଡିଛି । ଏପରିକି ଘରର ଆର୍ଥିକ ସ୍ଥତିରେ ସୁଧାର ଆଣିବା ପାଇଁ ଉଚ୍ଚ ଶିକ୍ଷିତା ଯୁବକ ଯୁବତୀ ମାନେ ଠେଲାରେ ପରିବା ବିକିବାକୁ ବାଧ୍ୟ ହେଉଛନ୍ତିି । ହେଲେ ସେମାନଙ୍କ ଉପରେ ସ୍ଥାନୀୟ ପ୍ରଶାସନର ଅକଥନୀୟ ଅତ୍ୟାଚାର କରୁଥିବାର