ଭିଜିଲାନ୍ସ ଜାଲରେ ଧରାପଡିଲେ ସିଡିପିଓ

ବାସୁଦେବପୁର: ଠିକା ଡ୍ରାଇଭର ଠାରୁ ୩ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାସୁଦେବପୁର ବ୍ଳକର ସିଡିପିଓ ଜାନକୀ ଦାଶ । ଡ୍ରାଇଭର ରାଜକିଶୋର ନାୟକ ଆଇସିଡିଏସ୍ କାର୍ଯ୍ୟଳୟରେ ଦୈନିକ କାମ କରନ୍ତି । ସେ ୨୦୧୯ ମସିହା ଜୁଲାଇ ମାସଠାରୁ ବକେୟା ଦରମା ପାଇନଥିଲେ ।

କରୋନାକୁ ହରାଇଲେ ବୃଦ୍ଧ ଦମ୍ପତି

କେନ୍ଦ୍ରାପଡା: କରୋନା ମହାମାରୀ କବଳରେ ରାଜ୍ୟବାସୀ ଯୁଝି ହେଉଥିବା ବେଳେ କେନ୍ଦ୍ରାପଡାର ଏକ ବୃଦ୍ଧ ଦମ୍ପତି କରୋନାକୁ ମାତ୍ ଦେଇଛନ୍ତି । ଏହି ବୃଦ୍ଧ ଦମ୍ପତି ହେଲେ କେନ୍ଦ୍ରାପଡା ଜିଲ୍ଲାର ବଗଡା ଗ୍ରାମର ସୁରେନ୍ଦ୍ର ପତି ସ୍ତ୍ରୀ ସାବିତ୍ରୀ ପତି । ସୁରେନ୍ଦ୍ରଙ୍କ ବୟସ ୮୫ ବର୍ଷ ହୋଇଥିବା

୬ ପୋଲିସ୍ କରୋନା ପଜିଟିଭ

କୋରାପୁଟ: କୋରାପୁଟ ଟାଉନ୍ ଥାନାର ୬ ଜଣ ପୋଲିସ୍ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଥାନାକୁ ସିଲ୍ କରାଯାଇଛି । ଟାଉନ୍ ଥାନାର ସବୁ କାମ ସଦର ଥାନାରେ ଚାଲିବ ବୋଲି ଏସପି ମୁକେଶ କୁମାର ଭାନୁ ସୂଚନା ଦେଇଛନ୍ତି । ଶୁକ୍ରବାର କୋରାପୁଟ ଜିଲ୍ଲାରେ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତୀୟ ମହିଳା ବାଂଲାଦେଶରେ ଗିରଫ

କୋଲକାତା: ବାଂଲାଦେଶ ପୋଲିସର (ସିଟିଟିସି)ଶାଖା୨୫ ବର୍ଷୀୟ ଭାରତୀୟ ମହିଳାଙ୍କୁ ବାଂଲାଦେଶର ରାଜଧାନୀ ଢାକାର ସଦରଘାଟରୁ ଗିରଫ କରିଛି । ଗିରଫ ହୋଇଥିବା ମହିଳା ଜଣଙ୍କ ନିଓ ଜମ୍ମାତ - ଉଲ- ମୁଝାଇଦ୍ଧୀନ ବାଂଲାଦେଶ ସହ ସଂପର୍କ ରଖିଥିଲେ । ଏବଂ ଭାରତୀୟ ଯୁବତୀ ମାନଙ୍କୁ ‘ଜେଏମବି’ର ଏକ ମହିଳା

ଦୁର୍ଦ୍ଧାନ୍ତ ଅପରାଧି ରତନ ଦାଶର ହତ୍ୟା

ଜଳେଶ୍ୱର: ଦୁର୍ଦ୍ଧାନ୍ତ ଅପରାଧି ରତନ ଦାଶ (ଜଗା) କୁ ହତ୍ୟା କରାଯାଇଛି । ପୂର୍ବରୁ ଜଗା ନାଁରେ ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଗୋଆ ଭଳି ବିଭିନ୍ନ ରାଜ୍ୟର ଥାନାରେ ହତ୍ୟା ଉଦ୍ୟମ, ଲୁଟ, ଚୋରା ବନ୍ଧୁକ ଚାଲଣ ଅଭିଯୋଗ ରହିଛି । ଜଗାକୁ ବିଳମ୍ବିତ ରାତିରେ ତାର ନିଜ ଗାଁ ରେ ଅର୍ଥାତ

ଅଗଷ୍ଟ ୧୫ ପର୍ଯ୍ୟନ୍ତ ସଟଡାଉନ ହେବ ଆଇଓସିଏଲ

ଜଗତସିଂହପୁର- ପାରାଦୀପ ସ୍ଥିତ ଆଇଓସିଏଲ ତୈଳ ବିଶୋଧନାଗାରକୁ ୨୨ ଦିନିଆ ସଟଡାଉନ ଘୋଷଣା କରାଯିବ । ଜୁଲାଇ ୨୫ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ବୋଲି ଜଗତସିଂହପୁର ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ମେଂଟେନାନ୍ସ କାର୍ଯ୍ୟ ପାଇଁ ସଟଡାଉନ କରାଯିବ । ୨୦୧୮ରୁ

ଭକ୍ତଙ୍କୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଦୁ୍ଇ ଦିନ ପରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା । କିନ୍ତୁ ଆତଙ୍କବାଦୀମାନେ ୪୪ ନମ୍ବର ରାଜପଥରେ ଅମରନାଥ ଯାତ୍ରା ଉପରେ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର କରୁଥିବାର ସୂଚନା ମିଳିଛି । ସେଥିପାଇଁ ସେନା ଓ ସୁରକ୍ଷାବାହିନୀଙ୍କୁ ଆଲର୍ଟ ରଖାଯାଇଛି । ଗତ ବର୍ଷ ମଧ୍ୟ

ଜାମ୍ମୁ-କାଶ୍ମୀର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, ଅମରନାଥଙ୍କୁ ଦର୍ଶନ କଲେ

ଶ୍ରୀନଗର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଜାମ୍ମୁ-କାଶ୍ମୀର ଗସ୍ତ କରିବା ସହିତ ବାବା ଅମରନାଥଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ଘାଟିରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ରାଜନାଥଙ୍କ ସହିତ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ) ବିପିନ ରାୱତ ଏବଂ

ହଟସ୍ପଟ ଅଂଚଳର ରୋଗୀଙ୍କୁ ଚିକିତ୍ସାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର- ହଟସସ୍ପଟ ଅଂଚଳରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସାଳୟରେ ଅବହେଳା କଲେ ସରକାରୀ ଓ ଘରୋଇ ମୋଡିକାଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ମଧ୍ୟ ଟୋଲ ଫି ନମ୍ବର ଜାରି କରାଯାଇଛି ।

କାଭିଆର୍ ଡେ

‘କାଭିଆର୍ ଡେ’ । ଛବିଶ ପ୍ରଜାତିର ଷ୍ଟର୍ଜନ୍ ମାଛର ମଞ୍ଜିକୁ କାଭିଆର କୁହାଯାଏ । ବିଶ୍ୱର ଦୁର୍ମୂଲ୍ୟ ଖାଦ୍ୟ ପଦାର୍ଥ ଭିତରେ ଏହା ଗୋଟିଏ । ଷାଠିଏରୁ ଶହେ ବର୍ଷ ବୟସ୍କ ଇରାନିଆନ୍ ବେଲୁଗା ଷ୍ଟର୍ଜନ୍ର ମଞ୍ଜିକୁ ‘ଆଲ୍ମାସ କାଭିଆର’ କୁହାଯାଏ । ଏହା ସବୁଠୁ ମୂଲ୍ୟବାନ ହୋଇଥାଏ । ଏହା ଏକ