ଭୁବନେଶ୍ୱର: ଦୁଷ୍କର୍ମ ଏବଂ ଚୋରା ଗାଡ଼ି କାରବାର ଅଭିଯୋଗରେ ନିଲମ୍ବିତ ଏସ୍ଆଇ ରାକେଶ ସାମଲଙ୍କୁ କମିଶନରେଟ୍ ପୋଲିସ ର ସ୍ୱତନ୍ତ୍ର ଟିମ୍ ଆଜି ରାଉରକେଲାରୁ ଧରିଛି । ଆଜି ତାଙ୍କୁ ରଘୁନାଥପାଲ୍ଲୀ ଥାନାରେ ରଖାଯିବାପରେ ଆସନ୍ତା କାଲି ଭୁବନେଶ୍ୱର ଅଣାଯିବ । ତଦନ୍ତକାରୀ ଅଧିକାରୀଙ୍କ ଜେରା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ତାଙ୍କ ସହ ସାମିଲ ଥିବା କମିଶନରେଟ୍ ପୋଲିସ୍ର ପର୍ଦାଫାସ ହେବା ଏନେଇ ରାକେଶଙ୍କ ସହ ସଂମ୍ପୃକ୍ତ ଅନ୍ୟ ବରିÂ ଅଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି । । ଦୁଷ୍କର୍ମ ପୀଡ଼ିତାଙ୍କ ଅଭିଯୋଗରେ ରାକେଶଙ୍କ ବିରୁଦ୍ଧରେ ମହିଳା ଥାନାରେ ଦଫା ୩୭୬ , ୩୧୩ ,୫୦୬ ଏବଂ ୪୨୦ରେ ଏକ ମାମଲା ରୁଜ୍ଜୁ କରାଯାଇଛି ।