କୃଷିକ୍ଷେତ୍ର ପାଇଁ ୮୬,୬୦୦ କୋଟିର ଋଣ

  • ପ୍ରବାସୀ ଶ୍ରମିକଙ୍କୁ ୨ ମାସ ପାଇଁ ମାଗଣା ରାସନ
  • ସୁଲଭ ମୂଲ୍ୟରେ ଘରଭଡ଼ା ଦିଆଯିବ
  • ପ୍ରବାସୀ ଶ୍ରମିକଙ୍କୁ ମନରେଗାରେ କାମ ଦିଆଯିବ
  • ଉଠାଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ଋଣ

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଗଠନ ଅଭିଯାନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କ୍ଷୁଦ୍ର ·ଷୀ, ପ୍ରବାସୀ ଶ୍ରମିକ ଓ ଉଠାଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଘୋଷଣା କରିଛନ୍ତି । କୃଷି କ୍ଷେତ୍ର ପାଇଁ ୮୬,୬୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲା ବେଳେ, ଦେଶର ୩ କୋଟି ·ଷୀଙ୍କୁ ୪ ଲକ୍ଷ ୨୨ ହଜାର କୋଟି ଟଙ୍କାର ସହଜ ଋଣ ପ୍ରଦାନ କରାଯାଇଛି । ସେହିପରି ୨୫ ଲକ୍ଷ ନୂଆ କିଷାନ କ୍ରେଡିଟ୍ କାର୍ଡଧାରୀ ·ଷୀଙ୍କୁ ୨୫ ହଜାର କୋଟି ଟଙ୍କା ଋଣ ପ୍ରଦାନ କରାଯିବ । ସେ ଆହୁରି କହିଛନ୍ତି ଯେ, ଫସଲ କ୍ରୟ ପାଇଁ ରାଜ୍ୟମାନଙ୍କୁ ୬୭୦୦ କୋଟି ଟଙ୍କାର ସହାୟତା ଦିଆଯାଇଛି । ଗତ ଏପ୍ରିଲ ୩୦ ତାରିଖ ସୁଦ୍ଧା ·ଷୀମାନଙ୍କ ପାଇଁ ୬୩ ହଜାର କୋଟି ଟଙ୍କାର ଋଣ ମଞ୍ଜୁର ହୋଇଛି । ଏଥିପାଇଁ ସମବାୟ ଓ ଗ୍ରାମୀଣ ବ୍ୟାଙ୍କଗୁଡ଼ିକୁ ନାବାର୍ଡ ୨୯ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରିଛି । କୃଷି ଋଣ ପରିଶୋଧର ଅବଧି ମେ’ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି ।
ସେହିପରି ଦେଶର ୮ କୋଟି ପ୍ରବାସୀ ଶ୍ରମିକଙ୍କୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ । ସେମାନଙ୍କର ରାସନ କାର୍ଡ ନଥିଲେ ମଧ୍ୟ ମୁଣ୍ଡ ପିଛା ମାସିକ ୫ କେଜି ·ଉଳ କିମ୍ବା ଗହମ ଏବଂ ୧ କେଜି ଡାଲି ଦିଆଯିବ । ୨ ମାସ ପର୍ଯ୍ୟନ୍ତ ସେମାନେ ଖାଦ୍ୟ ସାମଗ୍ରୀ ପାଇବେ । ଏଥିପାଇଁ ୩୫ ଶହ କୋଟି ଟଙ୍କା ବ୍ୟୟ ହେବ । ତେବେ ସେମାନଙ୍କୁ ଚିହ୍ନଟ କରି ରାଜ୍ୟ ସରକାର ଖାଦ୍ୟ ସାମଗ୍ରୀ ପ୍ରଦାନ କରିବେ ବୋଲି ସେ କହିଛନ୍ତି । ଖୁବ୍ଶୀଘ୍ର ଦେଶରେ “ଏକ ରାଷ୍ଟ୍ର, ଏକ ରାସନ” ନୀତି ପ୍ରଣୟନ କରାଯିବ । ଯାହାଦ୍ୱାରା ରାସନ କାର୍ଡ ଥିବା ପ୍ରବାସୀ ଶ୍ରମିକମାନେ ଦେଶର ଯେ କୌଣସି ସ୍ଥାନରୁ ରାସନ ପାଇପାରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରବାସୀ ଶ୍ରମିକଙ୍କ ପାଇଁ ସୁଲଭ ମୂଲ୍ୟରେ ଘରଭଡ଼ା ପ୍ରଦାନ କରାଯିବ । ଖୁବ୍ଶୀଘ୍ର ଏ ଯୋଜନା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି । ୨୦୨୨ ସୁଦ୍ଧା ସୁଲଭ ମୂଲ୍ୟରେ ପ୍ରବାସୀ ଶ୍ରମିକଙ୍କୁ ଘରଭଡ଼ା ଯୋଗାଇ ଦିଆଯିବ । ମନରେଗା ଯୋଜନାରେ ୧୦ କୋଟିରୁ ଅଧିକ ଶ୍ରମଦିବସ ସୃଷ୍ଟି କରାଯାଇଛି ।

Leave A Reply

Your email address will not be published.

five × two =