କୃଷି ସଂସ୍କାର ସପକ୍ଷରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ

ମୁମ୍ବାଇ: ବିଗତ କିଛି ବର୍ଷ ହେଲାଣି ଦେଶରେ ରେକର୍ଡ ପରିମାଣ ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଥିବାରୁ କୃଷି ଆୟରେ ବୃଦ୍ଧି ଆଣିବା ଲାଗି ଦେଶ ପାଇଁ ସ୍ୱତନ୍ତ୍ର ନୀତିର ଆବଶ୍ୟକତା ରହିଛି ବୋଲି ଭାରତୀୟ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଅନେକ ସମୟରେ ମହଙ୍ଗା ଓ ପ୍ରଭାବହୀନ ସାବ୍ୟସ୍ତ ହେଉଥିବା ସେ କହିଛନ୍ତି । ଶିଳ୍ପ ସଂଘ ସିଆଇଆଇର ଏକ କାର୍ଯ୍ୟକ୍ରମ ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ନିର୍ଧାରିତ ଲକ୍ଷ୍ୟ ଠାରୁ ଭଣ୍ଡାରରେ ପ୍ରାୟ ଅଢେ଼ଇ ଗୁଣ ଅଧିକ ଖାଦ୍ୟଶସ୍ୟ ରହିଛି । ଦୁଗ୍ଧ ଓ କିଛି ପ୍ରକାରର ଖାଦ୍ୟଶସ୍ୟ ଉତ୍ପାଦନ କରିବାରେ ଭାରତ ଅଗ୍ରଣୀ ସ୍ଥାନରେ ରହିଛି । କୃଷି କ୍ଷେତ୍ରରେ ନିକଟରେ କରାଯାଇଥିବା କେତେକ ସଂସ୍କାର ନୂତନ ସୁଯୋଗ ସୃଷ୍ଟି କରିଛି । ଏବେ ପ୍ରମୁଖ କୃଷି ସଂସ୍କାର ସଠିକ୍ ଦିଗରେ କାର୍ଯ୍ୟକାରୀ କରି ତାହାର ଲାଭ ହାସଲ କରିବାକୁ ଉଦ୍ୟମ କରାଯିବ ଦରକାର ବୋଲି ସେ କହିଚନ୍ତି । ଏହି ଅବସରରେ ସେ କହିଛନ୍ତି, ଅକ୍ଷୟ ଶକ୍ତି ସମେତ ପ୍ରାୟ କ୍ଷେତ୍ର ମଧ୍ୟରେ ଭାରତ ପାଖରେ ବିଶ୍ୱର ନେତୃତ୍ୱ ନେବା ସୁଯୋଗ ରହିଛି । ସେହି କ୍ଷେତ୍ରଗୁଡ଼ିକ ହେଉଛି, କୃଷି ଅକ୍ଷୟ ଶକ୍ତି, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ଏବଂ ଷ୍ଟାର୍ଟଅପ୍, ଯୋଗାଣ ଶୃଙ୍ଖଳ ଓ ଭିତିମୂମି । ଅକ୍ଷୟ ଶକ୍ତି ସମ୍ପର୍କରେ ସେ କହିଛନ୍ତି, ଏହି କ୍ଷେତ୍ରରେ ଉତ୍ପାଦନ ଖର୍ଚ ବହୁତ କମିଛି । ଆମକୁ ସୋଲାର ପ୍ୟାନେଲ୍ର ଉତ୍ପାଦନ ପ୍ରତି ଧ୍ୟାନ ଦେବାକୁ ବେହ । ଭାରତ ଏହାର ଅଧିକାଂଶ ସୋଲାର ପ୍ୟାନେଲ୍ ଚୀନ୍ରୁ ଆମାଦାନି କରିଥାଏ । ମାତ୍ର ଲଦାଖ୍ରେ ଘଟିଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଭାରତ ଓ ଚୀନ୍ ମଧ୍ୟରେ ଥିବା ସମ୍ପର୍କ ବିଗିଡ଼ିଯାଇଛି । ତେଣୁ ସୌର ପ୍ୟାନେଲ୍ ନିର୍ମାଣରେ ଭାରତକୁ ଆତ୍ମନିର୍ଭର ହେବା ଜରୁରୀ ହୋଇପଡ଼ିଛି । ସେ କହିଛନ୍ତି, କରୋନା ସଂକ୍ରମଣ ପ୍ରଭାବରେ ଷ୍ଟାର୍ଟଅପ୍ଗୁଡ଼ିକ ପ୍ରଭାବିତ ହୋଇଛନ୍ତି । ସେମାନେ ଏବେ ମୂଲ୍ୟକୁ ସୁହାଇବା ଭଳି ପ୍ରଯୁକ୍ତି ବିକଶିତ କରିବାରେ ମନୋନିବେଶ କରିଛନ୍ତି । ସେମାନଙ୍କୁ ସାହଯ୍ୟ ଭଳି ନୀତି ଆଣିବା ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

15 − 3 =