ଅନାହାରରେ ପ୍ରାଣ ହରାଇବେ ଲକ୍ଷାଧିକ ଶିଶୁ

ନୂଆଦିଲ୍ଲୀ: କରୋନା ପ୍ରଭାବରେ ବିଶ୍ୱବ୍ୟାପୀ ଅନେକ ଲୋକଙ୍କୁ ଅନାହାରରେ ଜୀବନ ବିତାଇବାକୁ ପଡୁଛି । ଅଧିକାଂଶ ଭଦ୍ୟୋଗ ବନ୍ଦ ହୋଇ ରହିଥିବାରୁ ଛୋଟ ବ୍ୟବସାୟୀ ଏବଂ କର୍ମଚାରୀମାନେ ରୋଜଗାର ହରାଇଛନ୍ତି । ଫଳରେ ଦିନକୁ ଦୁଇ ବେଳା ଖାଦ୍ୟ ଯୋଗାଡ କରିବା ଅନେକ ଲୋକଙ୍କ ପାଇଁ କାଠିକର ପାଠ ହୋଇଯାଇଛି । ଏହି କାରଣରୁ ଗୋଟିଏ ମାସରେ ବିଶ୍ୱବ୍ୟାପୀ ୧୦,୦୦୦ରୁ ଉଦ୍ଧ୍ୱର୍ ଶିଶୁ ଅନାହାରରେ ପ୍ରାଣ ହରାଉଛନ୍ତି । ଜାତିସଂଘ ପକ୍ଷରୁ ସୋମବାର ଏକ ରିପୋର୍ଟ ଜାରି କରି ଏହା କୁହାଯାଇଛି । ବିଶ୍ୱରେ ଏହାର ଦୀର୍ଘ କାଳିନ ପ୍ରଭାବ ଦେଖାଯିବ ବୋଲି ମଧ୍ୟ ଜାତିସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । କରୋନା ପାଶ୍ୱର୍କ ପ୍ରଭାବରେ ଅତିକମ୍ରେ ୧ ବର୍ଷ ମଧ୍ୟରେ ୧ ଲକ୍ଷରୁ ଉଦ୍ଧ୍ୱର୍ ଶିଶୁ ଅନାହାରରେ ପ୍ରାଣ ହରାଇ ପାରନ୍ତି ବୋଲି ଆଶଙ୍କା କରାଯାଇଛି । ଜାତିସଂଘ ଅଧୀନରେ ଥିବା ୪ଟି ସଂସ୍ଥା ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । କ୍ଷୁଦ୍ର ଚାଷିମାନେ ବଜାରକୁ ଯାଇ ଜିନିଷ ବିକି ନ ପାରିବା, ଗ୍ରାମାଂଚଳରେ ଖାଦ୍ୟ ପଦାର୍ଥ ଏବଂ ଚିକିତ୍ସା ଉପକରଣରେ ଅଭାବ ଦେଖାଯିବା ଏହାର ମୁଖ୍ୟ କାରଣ ବୋଲି ରିପୋର୍ଟରେ କୁହାଯାଇଛି । ଖାଦ୍ୟପଦାର୍ଥର ଦରଦାମ ବୃଦ୍ଧି ଏବଂ ମୂଦ୍ରାସ୍ପିତି ମଧ୍ୟ ଏହାର ଅନ୍ୟତମ କାରଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୋଷାହାର ପ୍ରମୁଖ ଡା. ଫ୍ରନ୍ସସ୍କୋ ବ୍ରଂକା କହିଛନ୍ତି, ବିଶ୍ୱର ଖାଦ୍ୟ ସୁରକ୍ଷା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ବର୍ଷ ବର୍ଷ ପର୍ଯ୍ୟନ୍ତି ଏହାର ପ୍ରଭାବ ଲୋକଙ୍କ ଉପରେ ପଡିବ । ଗରିବ ଏବଂ ନିମ୍ନ ମଧ୍ୟବିତ ଲୋକ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେବେ । ଲ୍ୟାଟିନ ଆମେରିକାଠାରୁ ଦକ୍ଷିଣ ଏସିଆ ଏବଂ ଉପ-ସାହାରା ଆଫ୍ରକାର ରହୁଥିବା ଗରିବ ପରିବାର ଖାଦ୍ୟ ଯୋଗାଡ କରି ପାରିବେନି ।

Leave A Reply

Your email address will not be published.

fifteen + thirteen =