ଅଗଷ୍ଟ ୧୪ରୁ ରାଜସ୍ଥାନ ବିଧାନସଭା


ଜୟପୁର- ଶେଷରେ ଗେହଲଟ ସରକାରଙ୍କ ପ୍ରସ୍ତାବକ ମିଳିଲା ମଞ୍ଜୁରୀ । ଅଗଷ୍ଟ ୧୪ରୁ ଆରମ୍ଭ ହେବ ରାଜସ୍ଥାନ ବିଧାନସଭା । ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରସ୍ତାବକୁ ରାଜ୍ୟପାଳ କଲାରାଜ ମିଶ୍ର ୩ ଥର ଖାରଜପରେ ଚତୁର୍ଥ ଥର ସମ୍ମତି ପ୍ରକାଶ କରିଛନ୍ତି । ଏତଦ୍ ବ୍ୟତିତ ବିଧାନସଭା ଅଧିବେଶନ ଆରମ୍ଭ ହେଲେ କୋଭିଡ ସଂକ୍ରମଣ ରୋକିବାକୁ ସମସ୍ତ ପ୍ରକାର ସର୍ତକମୂଳକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟପାଳ ନିର୍ଦେଶ ଦେଇଛନ୍ତି । ମିଳିଥିବା ସୂଚନାଅନୁଯାୟୀ ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଡାକିବାକୁ ଗେହଲଟ ପକ୍ଷରୁ ଦିଆଯାଇଥିବା ତୃତୀୟ ପ୍ରସ୍ତାବକୁୁ ରାଜ୍ୟପାଳ ବୁଧବାର ଖାରଜ କରିଥିଲେ । ଏହା ଖାରଜ ହେବା ପରେ ମୁଖ୍ୟମନ୍ତ୍ରୀ ଗେହେଲଟ ରାଜଭବନ ଯାଇ ସେଠାରେ ରାଜ୍ୟପାଳଙ୍କ ସହ ୧୫ ମିନିଟ୍ ଆଲୋଚନା କରିଥିଲେ । ନୂଆ ତାରିଖ ସ୍ଥିତର କରିବା ପାଇଁ ଗେହଲଟଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ଅଗଷ୍ଟ ୧୪ ତାରିଖ ରେ ନୂଆ ତାରିଖ ଧାର୍ଯ୍ୟ କରିଥିଲେ । ଏହାପରେ ପ୍ରସ୍ତାବକୁ ରାଜ୍ୟପାଳଙ୍କ ପାଖକୁ ପଠାଯିବା ପରେ ରାଜ୍ୟପାଳ ବିଳମ୍ବିତ ରାତିରେ ଏହାକୁ ଅନୁମୋଦନ କରିଛନ୍ତି ।

Leave A Reply

Your email address will not be published.

5 × one =