ସୁପ୍ରିମକୋର୍ଟ ଗଲେ କେନ୍ଦ୍ରାପଡା ବିଜେଡି ସାଂସଦ ଅନୁଭବ ମହାନ୍ତି


ନୂଆଦିଲ୍ଲୀ- ଫସଲ ନଷ୍ଟ କରଥିବା ବନ୍ୟଜନ୍ତୁ ହତ୍ୟା ବିରୋଧରେ ସୁପ୍ରିମକୋର୍ଟ ଗଲେ କେନ୍ଦ୍ରାପଡା ବିଜେଡି ସାଂସଦ ଅନୁଭବ ମହାନ୍ତି । କୋର୍ଟରେ ଅନୁଭବ ଏକ ଆବେଦନ ଦାଖଲ କରିଥିଲେ । ସୁପ୍ରିମକୋର୍ଟ ଏହି ଆବେଦନକୁ ଗ୍ରହଣ କରି ବିହାର, ହିମାଚଳପ୍ରଦେଶ ଓ କେରଳ ସରକାରଙ୍କୁ ଜବାବ ଦାଖଲ କରିବା ପାଇଁ ନୋଟିସ ପଠାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଭିଡିଓ କନଫରେନ୍ସିଂ ଜରିଆରେ ଆବେଦନର ଶୁଣାଣି କରିଥିଲେ । କୋର୍ଟ କହିଛନ୍ତି ବନ୍ୟ ଜନ୍ତୁଙ୍କୁ ହତ୍ୟା ନ କରି ସେମାନଙ୍କୁ ଫସଲ ନଷ୍ଟ କରିବାକୁ ଛାଡିଦେବା ମଧ୍ୟ ଠିକ ନୁହେଁ, ତାର ବିକଳ୍ପ ରାସ୍ତା ବାହାର କରାଯିବା ଉଚିତ । ଏହାଦ୍ୱାରା ମଣିଷ ଓ ପଶୁଙ୍କ ମଧ୍ୟରେ ସୃଷ୍ଟି ହେଉଥବବା ଲଢେଇ ବନ୍ଦ ହୋଇପାରିବ ।

Leave A Reply

Your email address will not be published.

4 × 2 =