ନୂଆଦିଲ୍ଲୀ: କରୋନା ସଙ୍କଟ ପ୍ରଭାବରେ ଚଳିତ ବର୍ଷ ଭାରତୀୟ ରେଳ ଯାତ୍ରୀ ଭଡ଼ାରେ ୩୦-୩୫ ହଜାର କୋଟି ଟଙ୍କାର କ୍ଷତି ସହିବ ବୋଲି ଆକଳନ କରାଯାଇଛି । ବର୍ତମାନ ରେଳବାଇର ୨୩୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । ସେହି ଟ୍ରେନ୍ଗୁଡ଼ିକର ପ୍ରାୟ ୭୫% ସିଟ୍ରେ ଭର୍ତି ହୋଇଯାଉଛି । କେବଳ ଏକ ଚତୁର୍ଥାଂଶ ସ୍ୱତନ୍ତ୍ର ଟ୍ରେନ୍ରେ ସବୁ ସିଟ୍ ପୂରଣ ହେଉଛି । ଦ୍ରୁଡ ଗତିରେ କୋଭିଡ-୧୯ ସଂକ୍ରମଣ ବ୍ୟାପିବା ଓ ଲକ୍ଡାଉନ୍ ଘୋଷଣା କରାଯିବା ପରେ ସାରା ଦେଶରେ ବୈଠକରେ ରେଳ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି, ଯାତ୍ରୀବାହୀ କ୍ଷେତ୍ରର ପ୍ରଦର୍ଶନ ଭଏ ନାହିଁ । ଆମ କେବଳ ୨୩୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଲାଉଛୁ । ଏହି ଟ୍ରେନ୍ଗୁଡ଼ିକ ସବୁ ସିଟ୍ ପୂରଣ ହେଉନାହିଁ । ହାରାହାରି ୭୫% ସିଟ୍ ପୂରଣ ହେଉଛି । ଗତବର୍ଷ ଯାତ୍ରୀ ଭଡ଼ା ବାବଦରେ ୫୦,୦୦୦ କୋଟି ଟଙ୍କାର ଆୟ ହୋଇଥିଲା । କରୋନା ସ୍ଥିତି ଆଗକୁ କେଉଁ ମୋଡ଼ ନେବ ତାହା ଆମେ ଜାଣିପାରୁନାହିଁ ବୋଲି ସେ କହିଛନ୍ତି । ରେଳବାଇ ଏବେ ମାଲ ପରିବହନରୁ ହେଉଥିବା ଆୟ ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିଛି । ଗତବର୍ଷ ତୁଳନାରେ ମାଲ ଭଡ଼ା ବାବଦରେ ଆୟ ୫୦% ଅଧିକ ରହିବ ବୋଲି ରେଳବାଇ ଆଶା କରୁଛି । ମାତ୍ର ଯାତ୍ରୀ ଭଡ଼ା ବାବଦ ଆୟ ନିଶ୍ଚିତ ରୂପେ ରହିବ । ଗତବର୍ଷ ତୁଳନାରେ ଏହି କ୍ଷେତ୍ରର ଆୟ ୧୦-୧୫ ପ୍ରତିଶତ ଭିତରେ ରହିଛି । ଏହା ହେଲେ ଆମକୁ ୩୦-୧୫ ପ୍ରତିଶତ ଭିତରେ ରହିଛି । ଏହା ହେଲେ ଆମକୁ ୩୦-୩୫ ହଜାର କୋଟି ପର୍ଯର୍୍ୟନ୍ତ କ୍ଷତି ସହିବାକୁ ପଡ଼ିବ । ମାଲ ଭଡ଼ା ଜରିଆରେ ସେହି କ୍ଷତିକୁ ଯଥା ସମ୍ଭବ ଭରଣା କରିବା ଲାଗି ରେଳବାଇ ଉଦ୍ୟମ କରିବ । ସେହି ଲକ୍ଷ୍ୟ ନେଇ କାର୍ଯ୍ୟ ଜାରି ରହିଛି ବୋଲି ଶ୍ରୀ ଯାଦବ କହିଛନ୍ତି ।